ରାୟଗଡା,୯ ।୭(Rabindra patkhandal): ତାମିଲନାଡୁ ସରକାରଙ୍କ ମାର୍ଗଦର୍ଶିକା ସାଜିଲେ କାଶୀପୁର ପୁଅ । କରୋନା ବିପତ୍ତି ବେଳେ ଅର୍ଥନୌତିକ ସ୍ଥିତିରେ ସୁଧାର ଆଣିବା ଦିଗରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପାନୁଷ୍ଟାନ (ଏମଏସଏମଇ)ର ଭୂମିକା ସମ୍ପର୍କରେ ଏକ ବିସୃତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଏହି ଓଡିଆ ପୁଅ ସନ୍ତୋଷ କୁମାର ସାହୁ ।
ମାଡ୍ରାସ ଆଇଆଇଟିରେ ଅର୍ଥନୌତିକ ମାନବସମ୍ବଳ ଏବଂ ସାମାଜିକ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର. ସନ୍ତୋଷ କୁମାର ସାହୁ । ସେହିପରି ମାନବସମ୍ବଳ ଏବଂ ସାମାଜିକ ବିଜ୍ଞାନ ବିଭାଗର ଆସୋସିଏଟ ପ୍ରଫେସର ସୁବାଷ ଶଶିଧରନ ଏବଂ କାସିନୋ ଟ୍ରୀ ଅନୁଷ୍ଠାନର ନିର୍ବାହ ନିଦେ୍ର୍ଦଶକ ଆରକେ ଜୟବଳନ ମିଳିତ ରୂପେ ଏକ ବିସୃତ ରିପୋଟ ପ୍ରସ୍ତୁତ କରିଛନ୍ତି । କୋଭିଡ-୧୯ ଏବଂ ଲକଡାଉନ ବେଳେ ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତିକୁ ନଜରରେ ରଖି ଏମଏସଏମଇ ଜରିଆରେ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ଉଦେ୍ଦ୍ୟଶରେ ତାମିଲନାଡୁ ସରକାରଙ୍କ ନିକଟରେ ନିଜ ରିପୋଟ ଉପସ୍ଥାପନ କରିଛନ୍ତି ।
ତାମିଲନାଡୁ ଶିଳ୍ପମନ୍ତ୍ରୀ, ଶିଳ୍ପ ମନ୍ତ୍ରଣାଳୟ ଏବଂ ସରକାରଙ୍କ ଉପସ୍ଥି୍ତିରେ ଏକ ଭିଡିଓ କନଫ୍ରେନ୍ସ ଜରି÷ଆରେ ୧୨୦୦ରୁ ଉଦ୍ଧ୍ୱର୍ ଏମଏସଏମଇକୁ ନେଇ କରାଯାଇଥିବା ସର୍ଭେ ରିପୋଟ ଅନୁଯାଇ କରୋନା କଟକଣା ଏବଂ ଲକଡାଉନ ଫଳରେ ରାଜ୍ୟର ଅର୍ଥନୌତିକ ସ୍ଥିତିରେ ବ୍ୟାପକ ଅବନତି ଘଟିଥିବା ସେମାନେ ଦର୍ଶାଇଛନ୍ତି । ତାମିଲ ଏବଂ ଇଂରାଜୀ ଭାଷାରେ ୧୦ପୃଷ୍ଟାର ରିପୋଟରେ ବତ୍ତର୍ମାନର ସ୍ଥିତି ଏବଂ ପ୍ରତିକାର ସମ୍ପର୍କରେ ଲେଖିଛନ୍ତି ଯେ ୭୦ପ୍ରତିଶତ ରୋଜଗାର ପନ୍ଥା ବର୍ତ୍ତମାନ ସଟଡାଉନ ଦ୍ୱାରା ପ୍ରଭାବିତ । ଅଣୁ ଏବଂ କ୍ଷୁଦ୍ର ପ୍ରତିଷ୍ଟାନ ଜରିଆରେ ଲୋକଙ୍କ ଉପାର୍ଜନ ବ୍ୟବସ୍ଥା ଭୂଷୁଡିଯାଇଛି । ତେଣୁ ଏଭଳି ଉଦ୍ୟଗୋପତିଙ୍କ ନିକଟରେ କମ ସୁଦ୍ଧରେ ଅଧିକରୁ ଅଧିକ ଋଣ ଯୋଗାଇ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ପ୍ରତିଷ୍ଟାନ ଗୁଡିକୁ ପ୍ରତ୍ସାହନ ଯୋଗାଇବା ଜରୁରୀ ବୋଲି ନିଜ ରିପୋଟରେ ଉଲ୍ଲେଖ କରିଛନ୍ତି ।
କ୍ଷୁଦ୍ର ଏବଂ ଅଣୁ ଶିଳ୍ପକୁ ସୁଦୃଢ଼ କରିବା ପାଇଁ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା, ରଜ୍ୟ ଉଦେ୍ଦ୍ୟାଗ ପାଣ୍ଠିର ପରିକଳ୍ପନା, ଏପରିକ ଏମଏସଏମଇ ପାଇଁ ବିମା ଯେଜାନା ଭଳି ଯେଜାନା ସମ୍ପର୍କରେ ଏକ ବିସୃତ ବିବରଣୀ ପ୍ରଦାନ କରିଛନ୍ତି । ଏହି ରିପୋଟ ଜରିଆରେ ଉଦ୍ୟୋଗପତିଙ୍କ ନିକଟରେ ଆର୍ଥିକ ପ୍ରତ୍ସହନ ପହଞ୍ଚାଇବା, ବ୍ୟବସାୟୀକ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ସୁବିଧା ସୁଯେଗା ଯୋଗାଇବା, ମାନବ ସମ୍ବଳ ଏବଂ ଦକ୍ଷ କର୍ମଚାରୀ ଓ କାରିଗର ତିଆରି ଦିଗରେ ଦୃଷ୍ଟି ଦେବା ସହ ଦୀର୍ଘ ମିଆଦି ଯେଜାନା ଭଳି ଦିଗ ମାନଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରିପୋଟକୁ ସରକାରଙ୍କ ନିକଟରେ ଭିଡିଓ କନଫ୍ରେନ୍ସ ଜରିଆରେ ୁ୍ରସରକାରଙ୍କ ନିକଟରେ ରଖାଯାଇଥିଲା । ଏହାକୁ କାର୍ଯ୍ୟକାରୀ କରାଗଲେ କ୍ଷେତ୍ରସ୍ଥରୀୟ ବେରୋଜଗାର ଦୂର ହେବାସହ ଧିରେଧିରେ ସାଧାରଣରୁ ଅତି ସାଧାରଣ ଲୋକଙ୍କ ଏବଂ ଉଦ୍ୟେଗପତିଙ୍କ ଆର୍ଥକ ମାନଦଣ୍ଡ ସୁଦୃଢ଼ ହୋଇପାରିବ ବୋଲି ଏହି ୧୦ପୃଷ୍ଟାର ରିପୋଟରେ ଉଲ୍ଲେଖ ରହିଛି ।