ଖୋର୍ଦ୍ଧା, ୧୨ ଅପ୍ରେଲ  : ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ ମୁଣ୍ଡିଆ ସାହିରେ ଗୁରୁବାର ରାତିରେ ଜଣେ କୋମଳମତୀ ଶିଶୁକୁ ଦୁର୍ଷ୍କମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଆଜି ସେଠାରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା ।
ସୂଚନା ମୁତାବକ, ଗଞ୍ଜାମ ଜିଲା ବୁଗୁଡା ଅଂଚଳର ଆନନ୍ଦ ପ୍ରଧାନ କିଛି ଦିନ ହେବ ଜଟଣୀରେ ରହି ମୂଲିଆ କାମ କରି ଆସୁଥିଲେ । ଗତକାଲି ରାତିରେ ଆନନ୍ଦ ନାବାଳିକା ଜଣକୁ ପ୍ରଲୋଭିତ କରାଇ ନିଜ ଭଡ଼ା ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲା । ପରେ ନାବାଳିକା ଜଣକ ଘଟଣା ସମ୍ପର୍କରେ କାହାରିକୁ କହିଦେବା ପୂର୍ବରୁ ଆନନ୍ଦ ନାବାଳିକା ଜଣକୁ ହତ୍ୟା କରି ଘରେ ଥିବା ଗନ୍ଥାରେ ଗୁଡାଇ ଘର ମଧ୍ୟରେ ରଖିଥିଲା । ତେବେ ନାବାଳିକା ଜଣକୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ । ଏପରିକି ଗାଁ ଲୋକେ ମଧ୍ୟ ଖୋଜିଥିଲେ । ମାତ୍ର ନାବାଳିକାକୁ ନପାଇ ସନ୍ଦେହରେ ଆନନ୍ଦ ରହୁଥିବା ଭଡ଼ା ଘରର ସ୍କାଇ ଲାଇଟ ଭାଙ୍ଗି ଗନ୍ଥାରେ ଘୋଡାଯାଇଥିବା ମୃତ ନାବାଳିକାର ଶବକୁ ଉଦ୍ଧାର କରିଥିଲେ । ହେଲେ ହତ୍ୟା ପରେ ଆନନ୍ଦ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଆନନ୍ଦକୁ କାବୁ କରି ନିସ୍ତୁକ ମାଡ ମାରବା ସହିତ ଜଟଣୀ ପୋଲିସର ଜିମା ଦେଇଥିଲେ । ତେବେ ଅଭିଯୁକ୍ତ ଆନନ୍ଦର ଅବସ୍ଥା ଗୁରୁତର ଥିବାରୁ ଜଟଣୀ ପୋଲିସ ତାକୁ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲା । ଏନେଇ ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ଜଟଣୀ ଥାନା ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ଘଟଣାସ୍ଥଳ ଏକ ପ୍ରକାର ଅଶାନ୍ତ ହୋଇପଡିଥିଲା । ତେବେ ଏହି ଅଶାନ୍ତ ପରିବେଶକୁ ଶାନ୍ତ କରିବା ପାଇଁ ସେଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଉତ୍ୟକ୍ତ ଲୋକଙ୍କୁ ଥାନା ଅଧିକାରୀ ବିଶ୍ୱ ରଞ୍ଜନ ସାହୁ ବୁଝା ଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିବା ସହ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ ।

LEAVE A REPLY

Please enter your comment!
Please enter your name here