ରଣପୁର ; ରଣପୁର ର ଅଗ୍ରଦେବୀ ଭାବେ ମଣିନାଗ ପରିଚିତ । କିମ୍ବଦନ୍ତି ଅନୁଯାଇ ନୀଳମାଧବ ଅନ୍ତଧ୍ୟାନ ହୋଇ ଶ୍ରୀ କ୍ଷେତ୍ର ଚାଲିଯିବାପରେ ଶବର ରାଜା ବିଶ୍ୱାବସୁ ମଧ୍ୟ ପୁରୀ ଚାଲିଯାଇଥିଲେ । ପରେ ଜଗନ୍ନାଥଙ୍କ ସ୍ୱପ୍ନାଦେଶ ଅନୁଯାଇ ବିଶ୍ୱାବସୁ ଙ୍କ ସାନ ଭାଇ ବିଶ୍ୱାବାସବ ନୀଳମଧାବଙ୍କର ଚକାଶିଳାକୁ ରଣପୁର ପାହାଡରେ ସ୍ଥାପନ କରିଥିଲେ ।

ସେହିଦିନ ଠାରୁ ମଣିନାଗ ପାହାଡ ଶିଖର ରେ ପୂଜା ପାଇଆସୁଛନ୍ତି । ପରେ ପାହାଡ ତଳେ ମଧ୍ୟ ମଣିନାଗ ପୂଜା ପାଉଛନ୍ତି । ପ୍ରତିଦିନ ଏଠାକୁ ରାଜ୍ୟର ବିଭିନ୍ନ ଅଚଂଳରୁ ଭକ୍ତ ଙ୍କ ଶୁଅ ଛୁଟେ । ପ୍ରକୃତି ଶୋଭାରେ ଭରପୁର ମଣିନାଗ ପୀଠ ର ମଜା ନେଇଥାନ୍ତି । କିନ୍ତୁ ଦୁର୍ଗମ ପଥ ଦେଇ ପାହାଡ ଶିଖର କୁ ଭକ୍ତମାନେ ଯାଇପାରିନଥାନ୍ତି ।

ଏହି କଥା କୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଉପର ମଣିନାଗ କୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକରେ ସାମିଲ କରି ପାହାଡ ଶିଖରକୁ ୫ କିମି ରାସ୍ତା ନିର୍ମାଣ କଲେ । ପରେ ଏବେ ଯାନ ବାହାନ ରେ ଭକ୍ତ ମାନେ ପାହାଡ ଶିଖରକୁ ଯାଇ ମାଙ୍କ ଦର୍ଶନ କରିପାରିଲେ । କିନ୍ତୁ ପାହାଡ ଶିଖର କୁ ପାନୀୟ ଜଳ ଓ ଆଲୋକୀ କରଣ କରିବା ପାଇଁ ଦାବି ହେଉଥିଲା ।

ଏହାକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ପାହାଡ ତଳୁ ପାହାଡ ଶିଖର କୁ ଆଲୋକୀ କରଣ କରିବା ପାଇଁ ୨ କୋଟି ଟଙ୍କା ମଞୁର କରିଥିଲେ । ଆଜି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏହି ଆଲୋକୀ କରଣର ଶୁଭାରମ୍ଭ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଏନଏସି ଅଧକ୍ଷା ସବିତା ଦାସ ଙ୍କ ସହ ପୂର୍ବତନ କାଉନସିଲର ଓ ଜନସାଧାରଣ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here