ବଲିଉଡ୍‍ ଷ୍ଟାର୍‍ ରଣବୀର ସିଂହଙ୍କ ଷ୍ଟନିଙ୍ଗ୍‍ ଲୁକ୍‍ ଓ ଷ୍ଟାଇଲ୍‍ ସବୁବେଳେ ଚର୍ଚ୍ଚାରେ
ରହିଥାଏ । ଏଥର କିନ୍ତୁ ଲୁକ୍‍ ସହିତ ତାଙ୍କ ଡ୍ରେସ୍‍ ଦାମ୍‍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଳୁରୁ
ତଳିପା ଯାଏଁ ସେ ବରବେରୀ ଲୁକ୍‍ରେ ନଜର ଆସିଛନ୍ତି । ଫ୍ୟାଶନ୍‍ ଡିଜାଇନର୍‍ ନୀତାଶା
ଗୌରବ ସୋସାଲ୍‍ ମିଡିଆରେ ରଣବୀରଙ୍କ ଫଟୋ ସେୟାର କରିବା ପରେ ଭାଇରାଲ୍‍ହୋଇଥିଲା । ବରବେରୀ ଟି-ସାର୍ଟ ଉପରେ ବମ୍ବର ଜ୍ୟାକେଟ୍‍, ଟ୍ରାକ୍‍ ପ୍ୟାଣ୍ଟ୍‍ ଓ ସ୍ନିକର୍ସରେ ନଜର
ଆସିଛନ୍ତି ରଣବୀର୍‍ ।
ତାଙ୍କ ମୋନୋଗ୍ରାମ୍‍ ଟି-ସାର୍ଟ ଦାମ୍‍ ୩୩,୧୭୭ ରହିଥିବା ବେଳେ ମୋନୋଗ୍ରାମ୍‍ ବମ୍ବର
ଜ୍ୟାକେଟ୍‍ ଦାମ୍‍ ରହିଛି ୯୩,୩୧୨ । ସେହିପରି ମୋନୋଗ୍ରାମ୍‍ ଟ୍ରାକ୍‍ ପ୍ୟାଣ୍ଟ୍‍ ମୂଲ୍ୟ ୫୧,୪୮୦
ଓ ମୋନୋଗ୍ରାମ୍‍ ସ୍ନିକର୍ସ ଦାମ୍‍ ରହିଛି ୩୩,୧୭୭ । କହିବାକୁ ଗଲେ ରଣବୀରଙ୍କ ସମୁଦାୟ
ଲୁକ୍‍ର ଦାମ୍‍ ୨,୧୧,୧୪୬ । ପ୍ରଥମଥର ପାଇଁ ସେ ଏଭଳି ଦାମୀ ଲୁକ୍‍ରେ ନଜର ଆସିଛନ୍ତି
ତା’ ନୁହେଁ, ପୂର୍ବରୁ ମାରିଓ ଆଉଟ୍‍ଫିଟ୍‍ ପାଇଁ ରଣବୀର ଚର୍ଚ୍ଚାରେ ରହିଥିଲେ ।

LEAVE A REPLY

Please enter your comment!
Please enter your name here