ପାରଳାଖେମୁଣ୍ଡି : ସିନେମାରେ ପାରଳାଖେମୁଣ୍ଡି ଝିଅ ଦେବୋସ୍ମିତା ପଟ୍ଟନାୟକ ତାହା ପୁଣି ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମରେ । ଆସନ୍ତା ଜାନୁଆରୀରେ ରିଲିଜ ହେବାକୁ ଥିବା ’ଦରବାର’ ଏକ ଗୀତରେ ପ୍ରତିଭା ପ୍ରଦର୍ଶନ କରିଛନ୍ତି ଦେବୋସ୍ମିତା ପଟ୍ଟନାୟକ । ଏହା ପ୍ରଚାରୀତ ହେବ ପରେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅଛ ଏହାକୁ ନେଇ ତାଙ୍କ ପରିବାର ଲୋକେ ମଧ୍ୟ ବେଶ୍‌ ଖୁସି । ତେବେ ଏହି ଲାଇନରେ ନିଜର କେରିୟର ବନାଇବା ପାଇଁ ଚାହିୁଁଥିବା ଦେବୋସ୍ମିତା ଆହୁରି ଅଧିକ କିଛି ଶିଖିବାର ଇଛା ବୋଲି କହିଛନ୍ତି ସେ । ଦେବୋସ୍ମିତା ପଟ୍ଟନାୟକ ୩ ପ୍ରଥମ ବର୍ଷର ଛାତ୍ରୀ ପାରଳାଖେମୁଣ୍ଡି ସହର ଅଙ୍କସାହି ବାସିନ୍ଦା ଦେବୋସ୍ମିତା ବର୍ତମାନ ତାମିଲ ଫିଲ୍ମରେ ନିଜର ଯାଦୁ ଦେଖାଇଛ;ି। ଯାହା ଓଡ଼ିଶା ପାଇଁ ଗର୍ବର କଥା । ସେହି ଭଳି ପ୍ରଖ୍ୟାତ ମ୍ୟୁଜିକ ଡାଇରେକଫର ଏଆର ରେହେମାନ୍‌ଙ୍କ ଟିମରେ ବିଦେଶରେ କରିବାକୁ ଥିବା ଷ୍ଟେଜ ଶୋ ପାଇଁ ମଧ୍ୟ ସାମିଲ ହୋଇଛନ୍ତି ସେ ।

LEAVE A REPLY

Please enter your comment!
Please enter your name here