ଭାରତୀୟ ରେଳବାଇ କାର୍ମିକ ସେବା 1987 ବ୍ୟାଚ୍ ର ବରିଷ୍ଠ ଅଧିକାରୀ ଶ୍ରୀ ତୁଷାର କାନ୍ତି ମଣ୍ଡଳ ପୂର୍ବତଟ ରେଳପଥର ପ୍ରମୁଖ ମୁଖ୍ୟ କାର୍ମିକ ଅଧିକାରୀ ଭାବେ ଯୋଗଦାନ କରିଛନ୍ତି I ପୂର୍ବତଟ ରେଳପଥରେ ଯୋଗଦାନ ପୂର୍ବରୁ ଶ୍ରୀ ମଣ୍ଡଳ ମୁମ୍ବାଇ ସ୍ଥିତ କେନ୍ଦ୍ରୀୟ ରେଳପଥର ମୁଖ୍ୟ କାର୍ମିକ ଅଧିକାରୀ (ପ୍ରଶାସନ) ଭାବେ କାର୍ଯ୍ୟକରିଥିଲେ I

ଶ୍ରୀ ମଣ୍ଡଳ ଗୌହାଟୀ ସ୍ଥିତ ରେଲୱେ ଭର୍ତି ବୋର୍ଡ ରେ କାର୍ଯ୍ୟ କରିଥିବା ବେଳେ ଭାରତୀୟ ରେଳବାଇ ରେ ବିଭିନ୍ନ ପଦ ପଦବୀରେ ମଧ୍ୟ ସୁଚାରୁ ଭାବେ କାର୍ଯ୍ୟ କରିଛନ୍ତି I  ସେ ପୂର୍ବ ରେଳପଥର ହାଓଡ଼ା, ସିଆଲଦା ଓ ମାଲଦା ରେଳମଣ୍ଡଳ ରେ ମଧ୍ୟ କାର୍ଯ୍ୟ କରିଥିଲେ I

ହାଇଦ୍ରାବାଦ ସ୍ଥିତ ଇଣ୍ଡିଆନ ସ୍କୁଲ ଅଫ ବିଜିନେସ ମ୍ୟାନେଜମେଣ୍ଟରେ  ସ୍ଟାଟେଜିକ୍ ମ୍ୟାନେଜମେଣ୍ଟ ସମ୍ବନ୍ଧରେ ସ୍ନାତକୋତ୍ତର ଡିଗ୍ରୀ ପ୍ରଶିକ୍ଷଣ ନେଇଥିବା ବେଳେ ୨୦୦୮ ମସିହାରେ କାନାଡ଼ାସ୍ଥିତ ରଟମ୍ୟାନ ମ୍ୟାନେଜମେଣ୍ଟ ସ୍କୁଲରେ ଆଡ଼ଭାନ୍ସ ମ୍ୟାନେଜମେଣ୍ଟ ପ୍ରଶିକ୍ଷଣ ହାସଲ କରିଛନ୍ତି I

LEAVE A REPLY

Please enter your comment!
Please enter your name here