ପ୍ୟାରିସ୍‌ : ଭାରତକୁ ମିଳିଲା ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ। ଫ୍ରାନ୍ସ ଏହି ଅତ୍ୟାଧୁନିକ ଲଢୁଆ ବିମାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ହସ୍ତାନ୍ତର କରିଛି।   ଫ୍ରାନ୍ସ ମେରିନାକରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଫେଲ ଗ୍ରହଣ କରିଛନ୍ତି। ରାଜନାଥ ରାଫେଲ ଗ୍ରହଣ ଅବସରରେ ବାୟୁସେନାକୁ ବଳଶାଳୀ କରିବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି ରାଜନାଥ କହିଛନ୍ତି।

ସେ ପ୍ରଥମେ ପ୍ୟାରିସ୍‌ରେ ପହଞ୍ଚିବା ପରେ ମେରିଗନାକ୍ ଯାଇଥିଲେ। ସେଠାରେ ତାଙ୍କୁ ରାଫେଲ ଯୁଦ୍ଧ ବିମାନ ହସ୍ତାନ୍ତର କରାଯାଇଛି। ଭାରତୀୟ ବାୟୁ ସେନାରେ ରାଫେଲ ସାମିଲ ହେବା ପରେ ଏହାର ଶକ୍ତି ବହୁଗୁଣିତ ହେବ। ବାୟୁସେନାର ଆଧୁନିକୀକରଣ ପାଇଁ ଫ୍ରାନ୍ସଠାରୁ ଭାରତ ୩୬ଟି ରାଫେଲ କିଣୁଛି। ମିଗ୍ ସିରିଜ ପୁରୁଣା ହୋଇଥିବାରୁ ଅତ୍ୟାଧୁନିକ ରାଫେଲ କିଣିବାକୁ ଭାରତ ନିଷ୍ପତ୍ତି ନେଇଛି ।

ଭାରତକୁ ମିଳିଥିବା ରାଫେଲ ବିମାନ ସ୍ୱତନ୍ତ୍ର ଭାବେ ତିଆରି କରିଛି ଡାସୋଲ୍ଟ । ଏଥିରେ ଇସ୍ରାଏଲ ନିର୍ମିତ ହେଲମେଟ୍ ମାଉଣ୍ଟେଡ୍ ଡିସ୍ପ୍ଲେ, ରାଡାର ଓ୍ୱାର୍ଣ୍ଣିଂ ରିସିଭ୍, ଲୋ ବ୍ୟାଣ୍ଡ ଜାମର, ୧୦ ଘଣ୍ଟାର ଫାଇଟ୍ ଡାଟା ରେକର୍ଡିଂ, ଇନ୍‌ଫ୍ରା ରେଡ୍ ସର୍ଚ୍ଚ ଏବଂ ଟ୍ରାକିଂ ଭଳି ସ୍ୱତନ୍ତ୍ର ସିଷ୍ଟମ ରଖାଯାଇଛି।

LEAVE A REPLY

Please enter your comment!
Please enter your name here