ଆର,ଉଦୟଗିରି – ଗଜପତି ଜିଲ୍ଲା ଆର,ଉଦୟଗିରି ଥାନାର ମଙ୍ଗଳବାର ସକାଳ ସମୟରେ  ଅର,ଉଦୟଗିରି – ଏନ୍. ଝାଲରସିଂ ରାସ୍ତାର ପରିମଳ ଛକଠାରେ  ଏକ ବାଇକ୍ ଏବଂ ବୋଲେରୋ ପିକଅପ୍ ଭ୍ୟାନ୍ ମୁହାଁ ମୁହିଁ  ଧକା ହେବା ଫଳରେ ବାଇକ୍ ଆରୋହୀଙ୍କର ଘଟଣା ସ୍ଥାନରେ ମୃତ୍ୟୁ ଘଟିଛି ।

ମୃତକ ହେଲେ ହାତୀକୁଦା ଗ୍ରାମର ସୈଦ୍ରକ ରଇତ (50) । ଘଟଣାରା ଅନ୍ୟ ଜଣେ ଆରୋହୀ ଆନନ୍ଦ ରଇତ ଆହତ ହୋଇଛନ୍ତି। ପୁଲିସ ସୁଚନା ମୁତାବକ , ସୈଦ୍ରକ୍ ଏବଂ ଆନନ୍ଦ ଆର,ଉଦୟଗିରି ରୁ ନିଜ ଗ୍ରାମ ହାତୀକୁଦାକୁ ବାଇକ୍ ଯୋଗେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ ସହିତ ଧକା ହୋଇଥିଲା ।

ଦୁର୍ଘଟଣା ପରେ ଘଟଣାସ୍ଥଳରେହିଁ ସୈଦ୍ରକଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ସମୟରେ ଅନ୍ୟ ଏକ ବାଇକ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲେ ମଧ୍ୟ ଅଳ୍ପକେ ବତିଯାଇଥିଲେ । ସୈଦ୍ରକଙ୍କ ଭାଇ ଆନନ୍ଦ ରଇତଙ୍କ ଲିଖିତ ଅଭିଯୋଗ ପ୍ରକାରେ ଆର,ଉଦୟଗିରି ପୁଲିସ ଏକ ୭୧\୨୦  ମାମଲା ରୁଜୁ କରିବା ସହ ଦୁର୍ଘଟଣା ଗ୍ରସ୍ତ ପିକଅପ ଏବଂ ଦୁଇଟି ବାଇକ୍ କୁ ଜବତ କରି ଘଟଣାର ତଦନ୍ତ ଚାଳିଛି । ଅନ୍ୟପଟେ  ସୈଦ୍ରକଙ୍କୁ ମୃତଦେହକୁ ବ୍ୟବଛେଦ ନିମନ୍ତେ ପାରଳାଖେମଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବା ସହ ପିକଅପ୍ ଡ୍ରାଇଭର ଆର,ଉଦୟଗିରି ଚାଞ୍ଚଡା ସାହିର ନାରାୟଣ ପାଇକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ପେଟ୍ରୋଲିଙ୍ଗ୍ ବେଳେ ବିପୁଳ ପରିମାଣର ଶାଳ ଓ ପିଆଶାଳ କାଠ ଜବତ, ୩ ଅଭିଯୁକ୍ତ ଗିରଫ
ଆର,ଉଉଦୟଗିରି(ସବ୍ୟୁ)- ଗଜପତି ଜିଲ୍ଲା  ମୋହନା ବନାଞ୍ଚଳ ପକ୍ଷରୁ ସୋମବାର ରାତିରେ ପଟ୍ରୋଲିଂ କରାଯାଉଥିବା ବେଳେ ଦମାଦୁଆ ନିକଟସ୍ଥ ଜିରୋ କ୍ୟାମ ଛକରୁ ଏକ ଟ୍ରାକଟର ନମ୍ବର OR 07 L 4830ରୁ 54 CFT ର ୧୨ ଖଣ୍ଡ ଶାଳ ଗଣ୍ଡି ଏବଂ ୮ ଟି ପିଆଶାଳ ଜବତ କରାଯାଇଛି ।

ଚୋରା କାଠ ଚାଲାଣ ଅଭିଯୋଗରେ ବନ ବିଭିଗ ପାଣିଗଣ୍ଡା ଗ୍ରାମର ପ୍ରଶାନ୍ତ ମାଝି, ମୁଣ୍ଢେଇ ପଦାର ଜାକବ୍ ରଇତ ଏବଂ କୁଟୁନିଗଣ୍ଢାର ଶାମୁ ଏଲ ରଇତଙ୍କୁ ଗିରଫ କରାଯାଇଛି । ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୬୦  ହଜାର  ଟଙ୍କା ହେବ ବୋଲି ସୂଚନା ମିଳୁଛି । ଏହି ଚଢାଉରେ ଡି ଏଫ୍ ଓ ସଂଗ୍ରାମ କେଶରୀ ବେହେରାଙ୍କ ନିର୍ଦେଶରେ ମୋହନା ରେଞ୍ଜରଙ୍କ ନେତୃତ୍ବରେ ବନ କର୍ମଚାରୀମାନେ ସାମିଲ ହୋଇଥିଲେ । ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here