ଆର,ଉଦୟଗିରି : ଗଜପତି ଜିଲ୍ଲାର ମୋହନା ବନବିଭାଗ ଶନିବାର ବିଶେଷ ସୂତ୍ରରୁ ଖବର ପାଇ ଖାରିଗୁଡା ଜଙ୍ଗଲରେ ଚଢାଉ କରି ବିପୁଳ ଶାଳ ସାଇଜ ଜବତ କରିଛି । ଜିଲ୍ଲା ଜଙ୍ଗଲ ବିଭାଗ ଅଧିକାରୀଙ୍କ ନିର୍ଦେଶକ୍ରମେ ମୋହନା ବନବିଭାଗ କର୍ମଚାରୀମାନେ ଜଙ୍ଗଲ ମଧ୍ୟରେ କଟା ଚାଲିଥିବା ବେଳେ ୧୪ CFT ର ୩୭ଟି ଶାଳ ସାଇଜି ଜବତ କରିଥିଲେ ।
ଏଥିସହ ୩ ଜଣ କାଠ କଟାଳିଙ୍କୁ ଗିରଫ କରାଯାଇଛି । ଗିରଫ ମାନେ ହେଲେ ଜିଲ୍ଲାରଶ ସେରଙ୍ଗ ଥାନା କନ୍ନଡ ଗ୍ରାମର ନମିଲେ ଶବର, ସାଙ୍ଗ ସାରୁ ଶବର ଏବଂ ମୋହନା ଥାନାର ରଜମା ଗ୍ରାମର ଦିଲୀପ କୁମାର ମଲ୍ଲିକ । ଜବତ କାଠର ଅନୁମାନିକ ମୂଲ୍ୟ ୧୪ ହଜାର ଟଙ୍କା ହେବ ବୋଲି ଡିଏଫଓ(DFO) ସଂଗ୍ରାମ କେଶରୀ ବେହେରା ସୂଚନା ଦେଇଛନ୍ତି ।
ପୁଲିସ ୭୮ କେଜି ୨୭୦ ଗ୍ରାମ ଚନ୍ଦ୍ରନ କାଠ ଜବତ,  ୩ ଗିରଫ ।
ଆର,ଉଦୟଗିରି(ସବ୍ୟୁ)-  ଗଜପତି ଜିଲ୍ଲାର ମୋହନା ପୁଲିସ ତରଫୁ ୭୮ କେଜି ୨୭୦ ଗ୍ରାମ ଚନ୍ଦ୍ରନ କାଠ ଜବତ ଓ ୩ ଜଣ ଧରି ବନବିଭାର  ହସ୍ତାନ୍ତର କରିଥିଲେ ।
ଶନିବାରଶ ଦିନ ୧ ଘଣ୍ଟା ସମୟରେ ଏକ ବିଶ୍ବଓ୍ବସ୍ତ ସୁୂତ୍ରରୁ ଖବର ମିଳିଲା ଯେ ଆର,ଉଦୟଗିରି ଥାନାର ଛେଳିଗଡ ଏରିଆରୁ ଏକ ଯାଇଲୋ କାରରେ ଚନ୍ଦ୍ରନ କାଠ ବ୍ରହ୍ମପୁରକୁ ଚୋରା ଚାଲାଣ ହେଉଥିବା ଖବର ପାଇେ ସଙ୍ଗେ ସଙ୍ଗେ ଆଇଆଇସିଙ୍କ ନିର୍ଦେଶରେ ଥାନା  ଏସଆଇ ଓ ଷ୍ଟାପ ଲୁହାଗୁଡି ଓ କମାଳାପୁର ମଝିରେ ବ୍ଲକିଙ୍କ କରିଥିଲେ ଓ ଛେଳିଗଡ ପଟୁ ଆସୁଥିବା ଉକ୍ତ ଜାଇଲୋ କାର ନଂ OR10 K 1786କାର ଅଟକାଇ ଯାଞ୍ଚ କରିବାରୁ  ସମୁଦାୟ ୫ଟି ବସ୍ତାରେ ଚନ୍ଦ୍ରନ କାଠ ମିଳିଥିଲା । ସମୁଦାୟ ଓଜନ ୭୯ କେଜି ୨୭୦ ଗ୍ରାମ ହେଲା । ଆସାମୀ ମାନଙ୍କ ଠାରୁ ୩୯୦୦୦ ଟଙ୍କା ମଧ୍ୟ ଜବତ ହେଇଛି ।
ଏହି ଅଭିଯୋଗ ପୁଲିସ ଛେଳିଗଡ ଗ୍ରାମର ପ୍ରତପ ନାୟକ, ବ୍ରହ୍ମପୁର ମହମଦ ଜାମସେନ ଓ ଉତ୍ତରପ୍ରଦେଶର ସାର୍ମନ କୁମାର ଶର୍ମାକୁ ଗିରଫ କରିଥିଲେ ।  ଆସାମୀ ମାନେ ଆର,ଉଦୟଗିରି ଅଞ୍ଚଳରୁ ଚୋରାରେ ଚନ୍ଦ୍ରନ କାଠ କିଣି ବ୍ରହ୍ମପୁରକୁ ଚୋରା ଚାଲାଣ କରୁଥିଲେ । ଜବତ ହୋଇଥିବା ଚନ୍ଦ୍ରନ କାଠର ଅାନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ । ପରିସେଶରେ ଉକ୍ତ ବ୍ୟକ୍ତି, ଓଜନ ହୋଇଥିବା ଚନ୍ଦ୍ରନ କାଠ , ଅନ୍ୟାନ୍ୟ ଜିନିଷ ସବୁ ଓ ଗାଡିକୁ ଚନ୍ଦ୍ରଗିରି ଫରେଷ୍ଟ ରେଞ୍ଜରକୁ ହସ୍ତାନ୍ତର କରାଯାଇଛି ବୋଲି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here