ହିଞ୍ଜିଳିକାଟୁ : ହିଞ୍ଜିଳିବ୍ଳକର ୨ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀଙ୍କ ୨୧ଦିନିଆ ଅବଧି ସରିବା ପରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ମିଳିତ ପ୍ରଚେଷ୍ଟାରେ ସେମାନଙ୍କୁ ନିଜ ନିଜ ବ୍ଲକକୁ ପଠା ଯାଇଛି।ସ୍ଥାନୀୟ ପୋଚିଲିମା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ର ୧୨୩ ଜଣ ଓ ଶାସନ ଆମ୍ବଗାଁ ଆଦର୍ଶ ବିଦ୍ୟାଳୟରେ ଥିବା ୧୦୦ ପ୍ରବାସୀ ଘର ବାହୁଡା ହୋଇଛି।ଶୁକ୍ରବାର ଏନେଇ ଏକ ବିଦାୟୀ ଉତ୍ସବ ଆୟୋଜିତ ହୋଇଥିଲା।ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି ଘର ବାହୁଡ଼ା ପ୍ରବାସୀଙ୍କୁ ସଙ୍ଗରୋଧ କେନ୍ଦ୍ର ଅଧିକାରୀ, ସରପଞ୍ଚ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସ୍ଵାକ୍ଷର ସମ୍ବଳିତ ପ୍ରମାଣପତ୍ର ପ୍ରଦାନ କରିଥିଲେ।ଏଥିସହ ନୋଡାଲ ଅଧିକାରୀ, ଜିଲ୍ଲା ସଙ୍ଗରୋଧ ପ୍ରଶାସନ ପକ୍ଷରୁ ଅନ୍ୟ ଏକ ସାର୍ଟିଫିକେଟ ପ୍ରଦାନ କରାଯାଇଛି।ସଙ୍ଗରୋଧ କେନ୍ଦ୍ରର ଅବଧି ପୂରଣ ପରେ ପ୍ରତ୍ୟେକଙ୍କୁ ୭ ଦିନ  ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ମୁହଁକୁ ମାସ୍କ ଓ ସାମାଜିକ ଦୂରତ୍ୱ ନିୟମ ଅନୁପାଳନ କରିବା ପାଇଁ କୁହାଯାଇଛି।

ଏହାପରେ ବସ ଯୋଗେ ସେମାନଙ୍କୁ ଶେରଗଡ଼, ଆସ୍କା, ଭଞ୍ଜନଗର, ଜଗନ୍ନାଥ ପ୍ରସାଦ, ବେଲଗୁଣ୍ଠା, ଧରକୋଟ, ପୋଲସରା, କବିସୂର୍ୟ ନଗର,ବୁଗୁଡା, ପୁରୁଷୋତ୍ତମ ପୁର ଓ ବେଗୁନିଆ ପଡ଼ା ଆଦି ନିଜ ନିଜ ବ୍ଲକକୁ  ପଠାଯାଇଛି। ହିଞ୍ଜିଳି ବ୍ଲକ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର, ଅଧ୍ୟକ୍ଷ ଏନ ରଘୁନାଥ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ପ୍ରବାସୀଙ୍କ ଶୁଭ କାମନା ଓ ଶୁଭେଚ୍ଛା ଜଣାଇ ଘର ବାହୁଡାରେ ସହଯୋଗ କରିଥିଲେ।ପ୍ରବାସୀ ମାନେ ବ୍ଲକ ପ୍ରଶାସନ ସହ ନୋଡାଲ ଅଧିକାରୀ, ଏବିଡ଼ିଓ ଅରୁଣ କୁମାର ପ୍ରଧାନ,ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରଶାନ୍ତ ରଥ,ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଓ ଅମୂଲ୍ୟ କୁମାର ପଣ୍ଡାଙ୍କ ସମେତ ଶିକ୍ଷକ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here