ପୁରୀ: ପୁଲିସ ଓ ସେମାୟତଙ୍କ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ପରେ ସାଧାରଣ ଭକ୍ତଙ୍କ ପାଇଁ ଜୟ-ବିଜୟ ଦ୍ୱାର ଖୋଲାଯାଇଛି। ଶ୍ରୀମନ୍ଦିରରେ ଗୁରୁବାର ରାତି ଉପୁଜିଥିବା ବିବାଦ ପରେ ଆଜି ରାତି ୩ଟାରେ ଦ୍ୱାର ଫିଟା ହୋଇ ପାରି ନଥିଲା। ଦିନର ପ୍ରଥମ ନୀତି ଆଜି ସନ୍ଧ୍ୟା ୫ଟାରେ ହୋଇଛି। ଏହା ପରେ ଅନ୍ୟାନ୍ୟ ନୀତି- ମଙ୍ଗଳ ଆଳତୀ, ଅବକାଶ ନୀତି, କୋଠ ଭୋଗ ଆଦି ସଂପନ୍ନ ହେବା ପରେ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି।

ଶ୍ରୀମନ୍ଦିର ଭିତର କବାଟ ପ୍ରାୟ ସାଢ଼େ ୧୩ ଘଣ୍ଟା ପରେ ଖୋଲିଥିବାରୁ ଭକ୍ତଙ୍କ ମନରେ ଉତ୍ସାହ ଦେଖାଯାଇଛି। ଭକ୍ତମାନେ ବିଳମ୍ବିତ ରାତି ଯାଏଁ ଶ୍ରୀଜିଉଙ୍କ ଦଶର୍ନ ପାଇପାରିବେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଯେପରି କୌଣସି ଭକ୍ତ ଶ୍ରୀଜିଉଙ୍କ ଦର୍ଶନରୁ ବଂଚିତ ନ ହୁଅନ୍ତି ସେଥିପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ନୀତିକାନ୍ତି ଆରମ୍ଭ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଶ୍ରୀମନ୍ଦିରେ ପରିସରରେ ଗୁରୁବାର ରାତି ପୁଲିସ-ସେବାୟତ ମଧ୍ୟରେ ଝଗଡ଼ା ଲାଗିବା ପରେ ଆଜି ଭିତର କବାଟକୁ ବନ୍ଦ ରଖାଯାଇଥିଲା। ସିଂହ ଦ୍ୱାର ସମ୍ମୁଖରେ ହଜାର ହଜାର ଭକ୍ତ ସକାଳୁ ଅଟକିଥିଲେ। ସେମାନେ ଶ୍ରୀଜିଉଙ୍କ ଦର୍ଶନରୁ ବଂଚିତ ହୋଇଥିଲେ।

ସେବାୟତ-ପୁଲିସ ବିବାଦ ବଢ଼ିବା ପରେ ଏଥିରେ ପ୍ରଶାସନ ଜିଲ୍ଲା ହସ୍ତକ୍ଷେପ କରିଥିଲା। ଜିଲ୍ଲାପାଳ ଓ ଏସ୍‌ପି ଦାବିରେ ଅଡ଼ି ବସିଥିବା ସେବାୟତଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଛନ୍ତି। ଦୀର୍ଘ ସମୟ ପର୍ଯ୍ୟନ୍ତ ଶ୍ରୀମନ୍ଦିର କବାଟ ଖୋଲାଯାଇ ନଥିବାରୁ ସିଂହଦ୍ୱାରରେ ଭକ୍ତମାନେ ଉତ୍ତେଜନା ପ୍ରକାଶ କରିଥିଲେ। ସିଂହଦ୍ୱାରରେ ଆଜି ଅପରାହ୍ନରେ ଠେଲାପେଲା ମଧ୍ୟ ହୋଇଥିଲା।

LEAVE A REPLY

Please enter your comment!
Please enter your name here