ପୁରୀ : ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ଧରୁନାହିଁ । ଗତ ଶନିବାର ୬୧  ଜଣ ପଜିଟିଭି ଚିହ୍ନଟ ହୋଇଥିବାବେଳେ ଆଜି ଜିଲ୍ଲାରେ ନୂତନ ପଜିଟିଭ ସଂଖ୍ୟା ୧୧୭ ରହିଛି  । ଫଳରେ ପୁରୀ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪୨୩ରେ ପହଞ୍ଚିଛି ।  ଅଦ୍ୟାବଧି ଜିଲ୍ଲାରେ,୬୩ ହଜାର ୭୬୩ ନମୁନା ସଂଗ୍ରହ କରାଯାଇଥିବାବେଳେ  ସେମାନଙ୍କ ମଧ୍ୟରୁ ୪୪୨୩ ଜଣ ପଜିଟିଭି ଚିହ୍ନଟ ହୋଇଥିବା ବେଳେ ୩୧୯୯ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୪ରହିଛି । କେବଳ ପୁରୀ ମୁ୍ୟନିସପାଲିଟିରେ ୧୫୮୦ଜଣ ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ୪୧୬ଜଣ  ସକ୍ରିୟ ସଂକ୍ରମିତ  ଚିକିସôାଧିନ ଅଛନ୍ତି ।   ଇତି ମଧ୍ୟରେ ପୁରୀ ଜିଲ୍ଲାରେ ୧୬ ଜଣ କରୋନା ଆକ୍ରାନ୍ତ ମୃତୁ୍ୟବରଣ କରିଥିବା ବେଳେ ଜିଲ୍ଲାରେ ଆଜି ସୁଦ୍ଧା ୪୫ ଟି କଣ୍ଟେନମେଣ୍ଟ ଜୋନ୍ ରହିଛିି ।

ମୋଟାମୋଟିଭାବେ ପୁରୀ ଜିଲ୍ଲାରେ ନମୂନା ପରୀକ୍ଷଣରୁ ପଜିଟିଭହାର୬.୮୨ପ୍ରତିଶତ ରହିଥିବାବେଳେ ସୁସ୍ଥହାର୭୪.୬୦ପ୍ରତିଶତ ରହିଛି । ଆଜି ସୁଦ୍ଧା ପୁରୀ ଜିଲ୍ଲାର ପିପିଲି ବ୍ଲକରେ ୨୩୮ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୦୫ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ସେହିପରି ସତ୍ୟବାଦୀ ବ୍ଲକରେ ୨୪୪ଟି ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୧ଜଣ, ଡେଲାଙ୍ଗ ବ୍ଲକରେ ୧୨୫ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣ ସକ୍ରିୟ ସଂକ୍ରମିତ ଏବେବି ଚିକିତ୍ସାଧିନ ଅଛନ୍ତି ।

କଣାସ ବ୍ଲକରେ ୨୭୦ଟି ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୪ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ପୁରୀ ସଦର ବ୍ଲକରୁ ଚିହ୍ନଟ ୪୫୮ପଜିଟିଭ ମଧ୍ୟରୁ ୧୫୯ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ସେହିପରି ବ୍ରହ୍ମଗିରିର ଚିହ୍ନଟ ୩୫୪ପଜିଟିଭ  ମଧ୍ୟରୁ ୬୬ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । କୃଷ୍ଣପ୍ରସାଦ ବ୍ଲକରେ ୧୯୮ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ ସକ୍ରିୟ ସଂକ୍ରମିତ  ଚିକିତ୍ସାଧିନ ଅଛନ୍ତି  । ଗୋପ ବ୍ଲକରେ ୨୦୧ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ୪୦ଜଣ ସକ୍ରିୟ ସଂକ୍ରମିତ  ଚିକିତ୍ସାଧିନ ଅଛନ୍ତି ।  କାକଟପୁର ବ୍ଲକର ଚିହ୍ନଟ ୨୧୦ପଜିଟିଭଙ୍କ ମଧ୍ୟରୁ ୪୫  ସକ୍ରିୟ ସଂକ୍ରମିତ  ଚିକିତ୍ସାଧିନ ଅଛନ୍ତି ।

ସେହିପରି ନିମାପଡ଼ା ବ୍ଳକରେ ଚିହ୍ନଟ ୩୩୨ପଜିଟିଭଙ୍କ ମଧ୍ୟରୁ ୬୨  ସକ୍ରିୟ ସଂକ୍ରମିତ  ଚିକିତ୍ସାଧିନ ଅଛନ୍ତି । ଅସ୍ତରଙ୍ଗ ବ୍ଲକରେ ଚିହ୍ନଟ ୧୭୯ଜଣ ପଜିଟିଭଙ୍କ ମଧ୍ୟରୁ ୭୯ଜଣ  ସକ୍ରିୟ ସଂକ୍ରମିତ  ଚିକିତ୍ସାଧିନ ଅଛନ୍ତି । କୋଣାର୍କ ଏନଏସିର ଚିହ୍ନଟ ୪ଜଣ ପଜିଟିଭଙ୍କ ମଧ୍ୟରୁ ୩ ଜଣ ସୁସ୍ଥହୋଇ ଘରକୁ ଫେରିଥ୍ôବା ବେଳେ ନିମାପଡ଼ା ଏନ୍ଏସିର ଚିହ୍ନଟ ୨୪ ଆକ୍ରାନ୍ତଙ୍କ ମଧ୍ୟରୁ  ୧୧ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି ।  ପିପିଲି ଏନ୍ଏସିର ଚିହ୍ନଟ ୬ ଜଣ ଯାକ ପଜିଟିଭଙ୍କ ମଧ୍ୟରୁ ୪ଜଣ  ସୁସ୍ଥହୋଇ ଘରକୁ ଫେରିଥିବା ବେଳେ ୨ଜଣ ସକ୍ରିୟ ସଂକ୍ରମିତ ଚିକିସôାଧିନ ଅଛନ୍ତି । ତେବେ ଅକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ସୁସ୍ଥ ହାର ବୃଦ୍ଧି ପାଇବା ପ୍ରଶାସନ ଲାଗି ଅଶ୍ୱସ୍ଥର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here