ପୁରୀ :ଜଣେ କର୍ତ୍ତବ୍ୟରତ କନଷ୍ଟେବଳଙ୍କୁ ଗାଳି ଗୁଲଜ କରି ତାଙ୍କ ବାଇକ୍ ଭଙ୍ଗା ରୁଜା କରିଥିବା ଅଭିଯୋଗରେ ସମୁଦ୍ରକୁଳ ଥାନା ପୁଲିସ ପେଣ୍ଠକଟା ଭୂଦାନନଗରର ରବି ସୁବୁଦ୍ଧି(୨୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ରବିଙ୍କ ନାମରେ ଏକ ମାମଲା ଥିଲା । ଗତ ୨ ତାରିଖ ଦିନ ପୂର୍ବାହ୍ନ ପ୍ରାୟ ୯ଟାସମୟରେ ଫାଣ୍ଡି ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ କନେଷ୍ଟବଳ ପ୍ରଫୁଲ କୁମାର ମଲ୍ଲିକ ତାଙ୍କୁ ଡ଼ାକିବାକୁ ଯାଇଥିଲେ ।

ତେବେ ରବି ଓ ତାଙ୍କ ପରିବାର ସଦସ୍ୟମାନେ ପ୍ରଫୁଲଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କ ବାଇକ କୁ ଭଙ୍ଗା ରୁଜା କରିଥିଲେ ।

ଏ ସଂକ୍ରନ୍ତରେ ପ୍ରଫୁଲ ସମୁଦ୍ରକୁଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଭାରତୀୟଦଣ୍ଡବିଧିଆଇନ୍ର ଧାରା ୩୪୧, ୩୨୩,୩୦୭, ୩୫୩, ୪୨୭,୩୭୯,୫୦୬ ଓ ୩୪ ଦଫାରେ ୧୪୩/୨୦ମାମଲା ରୁଜୁ କରି ରବିକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଜେଲ୍ ଯିବାକୁ ପଡ଼ିଛି ।

LEAVE A REPLY

Please enter your comment!
Please enter your name here