ପୁରୀ:ତିନିଜଣ ବିଦେଶିନୀ ଶ୍ରୀମନ୍ଦିରର ଉତ୍ତର ପଶ୍ଚିମ କୋଣରେ ଥିବା ୱାଚ ଟାୱାର ଉପରେ ଚଢ଼ି ଶ୍ରୀମନ୍ଦିର ଅଭ୍ୟନ୍ତରର ଦୃଶ୍ୟ ମୋବାଇଲ୍ରେ ରେକର୍ଡ କରିଛନ୍ତି । ଏହି ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଭାଇରାଲ ଭିଡ଼ିଓରେ ବିଦେଶିନୀମାନେ ୱାଚ ଟାୱାରରେ ଚଢୁଥିବାର ଦୃଶ୍ୟମାନ ହେଉଥିବାବେଳେ ଜଣେ ଖାକି ପୋଷାକଧାରୀଙ୍କ ଫଟୋ ମଧ୍ୟ ଏହି ଭିଡ଼ିଓରେ ଦେଖିବାକୁ ମିଳିଛି । ସେମାନେ କୋଇଲି ବୈକୁଣ୍ଠ ଓ ଶ୍ରୀମନ୍ଦିର ଭିତରେ ଥିବା ଅନ୍ୟ ନିଷିଦ୍ଧାଞ୍ଚଳର ଫଟୋ ଉଠାଇଥିବା ଭିଡ଼ଓରେ ଦେଖିବାକୁ ମିଳିଛି ।

ବିନା ବାଧାରେ ସେମାନେ ପୁଲିସ ପାଇଁ ଉଦ୍ଦିଷ୍ଟ ୱାଚ୍ ଟାୱାରରେ ଚଢ଼ି ଶ୍ରୀମନ୍ଦିର ଅଭ୍ୟନ୍ତରଣ ଦୃଶ୍ୟ ଭିଡିଓ କରିବା ଏଠାରେ ଆଲୋଡ଼ନ ସୃଷ୍ଟି କରିଛି । ନୂଆବର୍ଷ ଉପଲକ୍ଷେ ସଂପ୍ରତି ଶ୍ରୀମନ୍ଦିର ଚାରି ଦ୍ୱାର ଓ ଚତୁଃପାଶ୍ୱର୍ରେ ବ୍ୟାପକ ସୁରକ୍ଷା କର୍ମୀ ମୁତୟନ ଥିବାବେଳେ ଏହି ବିଦେଶିନୀମାନେ କିପରି ୱାଚ ଟାୱାର ଉପରକୁ ଯାଇ ଶ୍ରୀମନ୍ଦିର ଭିତରର ଫଟୋ ଉଠାଇବାରେ ସମର୍ଥ ହେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ପୂର୍ବର୍ରୁ ରୁଷିଆର ଆଠଜଣ ନାଗରିକଙ୍କୁ ଡ଼୍ରୋନ୍ କ୍ୟାମେରାରେ ଚିତ୍ର ଉତ୍ତୋଳନ କରିବା ଅଭିଯୋଗରେ ସିଂହଦ୍ୱାର ପୁଲିସ ଅଟକ ରଖିଥିଲା ।କ୍ୟାମେରାର ହାର୍ଡ଼ଡ଼ିକ୍ସିରୁ ଭିଜୁଆଲ ଡ଼ିଲିଟି କରିଦେବା ପରେ ପୁଲିସ ସେମାନଙ୍କୁ ଛାଡ଼ିଦେଇଥିଲା ।

LEAVE A REPLY

Please enter your comment!
Please enter your name here