ଗୋପତା-୧୭.୧୧ ପୁରୀ ଜିଲ୍ଲା ଗୋପ ବ୍ଲକ ରେ ଦେଖିବାକୁ ମିଳିଛିଏଭଳୀ ଏକ ଘଟଣା ଯାହାକି ଜଣେ ଶୈସବ ପାଠ ପଢା ବୟସରେ ହାତରେ ବେଡି ବାନ୍ଧି ଦିନ ତମାମ ଗୋଟିଏ କାଠ ମଞ୍ଚା ଉପରେ ସମୟ କାଟୁଥିବା ବେଳେ ତାଙ୍କ ପାଇଁ ସରକାରଙ୍କ ଯୋଜନା ସମ୍ପୂର୍ଣ୍ଣ ଭାବେ ସାତ ସପନ ହୋଇ ରହିଯାଇଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଗୋପ ବ୍ଲକ ଦେସ୍ତଳୀ ପଞ୍ଚାୟତ କୋଲର ଗ୍ରାମର ଧନୁ କାଣ୍ଡି ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟକରି ନିଜର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ଗଲା ୮ ବର୍ଷ ତଳେ ତାଙ୍କରଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା । ସେ ଧିରେ ଧରେ ବଡ ହେବାପରେ ଜଣା ପଡିଥିଲା ଯେ ପିଲାଟି ମାନଶିକ ବିକୃତ ।

ଧନୁ ପୁଅର ନାମ ଆକାଶ କାଣ୍ଡି ରଖିଥିବା ବେଳେତାକୁ ଏବେ ୮ ବର୍ଷ । ଆକାସ ମାନଶିକ ରୋଗୀ ହୋଇଥିବାରୁ ଗ୍ରାମର କିଛି ଲୋକଙ୍କୁ ହଇରାଣ ହରକତ କରିବା ସହ କାମୁଡିବା ଭଳି କାର୍ଯ୍ୟ କରିବାରୁ ଆକାଶ ଙ୍କ ବାପା ଧନୁ ହାତରେ ଗୋଟିଏ ବେଡି ବାନ୍ଧି ତାଙ୍କୁ ଏକ କାଠ ବାଉଁସ ମଞ୍ଚା ଉପରେବାନ୍ଧି ଦେଇ କାର୍ଯ୍ୟ କରିବାକୁ ଯାଇଥାନ୍ତି । ସଂଧ୍ୟାରେ ଫେରିଲେ ହାତରୁ ବେଡି ଖୋଲି ଘରକୁ ନେଇ ରଖି ଥାନ୍ତି । ଆକାଶଦିନ ସାରା ମଞ୍ଚା ଉପରେ ବସି ରହିବା ସହ ନିଜର ନିତ୍ୟକର୍ମ ସେହି ଯାଗାରେ ସାରିଥାନ୍ତି । ଆକାଶଙ୍କୁ କେବଳ ଗୋଟିଏ ଭିନ୍ନକ୍ଷମ ସାର୍ଟିଫିକେଟ ମିଳିଥିବା ବେଳେ ତାଙ୍କୁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନା ମିଳୀପାରି ନାହିଁ ।ଏପରିକି ପ୍ରଶାସନ ତାଙ୍କ ପାଖରେ ପହଁଚିବା ତ ଦୁରର କଥା ତାଙୁ ସାହାର୍ଯ୍ୟ ଓ ତାଙ୍କର ଚିକିତ୍ସା ପାଇଁ ହାତ ବଢାଇବା ପଛରେ ପଡିଯାଇଛି ।

ସରକାର ଦୈନିକ ଯୋଜନା ପ୍ରଣୟନ କରି ଭିନ୍ନକ୍ଷମ ମାନଶିକ ରୋଗୀ ମାନଙ୍କୁ ରାସନ ସାମଗ୍ରୀ, ଭତ୍ତା , ଆବାସ ଗୃହ , ପାଠପଢା ଏବଂ ତାଙ୍କର ଗମନାଗମନ ପାଇଁ ସମସ୍ତ ପ୍ରକାର ସୁବିଧା କରୁଥିବା ବେଳେ ଆକାଶଙ୍କ ପାଖରେ ଏ ସବୁ ଅପହଞ୍ଚ ହୋଇ ରହିଯାଇଛି । ଧନୁ ଜଣେ ଦିନ ମଜୁରିଆ ହୋଇଥିବାରୁ ପୁଅର ଚିକିତ୍ସା ପାଇଁ ସଠିକ ସମୟରେ ଅର୍ଥ ଯୋଗାଡ କରିପାରିନଥିବାରୁ ଚିକିତ୍ସାରେ ବାଧକ ଦେଖା ଦେଉଛି । ଗୋପବ୍ଲକରେ ଅନେକ ସ୍ୱେତ୍ସା ସେବୀ ସଂଗଠନ ଓ ସରକାରଙ୍କର ଅନେକ ସଂସ୍ତା ଜିଲ୍ଲାରେ ଖୋଲିଥିବା ବେଳେ ଆକାଶଙ୍କ ପାଇଁ କାହିଁକି ସବୁ ଯୋଜନା ପଛରେ ପଡିଯାଇଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତୁରନ୍ତ ରାଜ୍ୟ ସରକାର ଏହିଘଟଣା ଉପରେ ଦୃଷ୍ଟି ଦେଇ ଆକାଶଙ୍କ ଚିକିତ୍ସା ,ରହିବା ପାଇଁ ବାସଗୃହ ଓ ସମସ୍ତ ସରକାରୀ ଯୋଜନା ଯୋଗାଇ ଦେବା ପାଇଁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here