ବୋଲଗଡ଼ : ବୋଲଗଡ ବ୍ଲକ ସାଗରଗୁଆଁ ପଞ୍ଚାୟତ ଅନ୍ତର୍ଗତ  ସାଗରଗୁଆଁ ଗ୍ରାମରେ ଶୁକ୍ରବାର ସକାଳ ୯ଘଟିକା ସମୟରେ ଏକ ଅଗ୍ନିକାଣ୍ଡ ଘଟି ୩ବଖରା ଘର ପୋଡି ଭସ୍ମିଭୁତ ହୋଇଥିବାବେଳେ ୧ଗୋଟି ବଳଦ ମୃତ ଓ ୧ ବଳଦ ଗୁରୁତ୍ତର ଆହତ ହୋଇଛି ।   ସୂଚନା ଯୋଗ୍ୟ ସାଗରଗୁଆଁର ଦାସ ଦଳେଇଙ୍କ ଘରେ ବିଦୁ୍ୟତ ସର୍ଟ ସକ୍ରିର୍ଟ ହୋଇ ହଠାତ୍ ଘରେ ନିଆଁ ଲାଗି ଯାଇଥଥିଲା । କେହି କିଛି ଜାଣିବା ପୂର୍ବରୁ ନିଆଁ ନିମିଷକ ମଧ୍ୟରେ ତାର ଗର୍ଭକୁ ନେଇଥିଲା ୩ବଖରା ଘର ।

ସେହି ଘରେ ଥିବା ୨୦ବସ୍ତା ଧାନ, ମୁଗ,ବିରି ଏପରିକି ଖାଇବା ପାଇଁ ଥିବା ଖାଦ୍ୟ ମଧ୍ୟ ପୋଡିଯାଇଥିଲା । ନିଆଁର ତିବ୍ରତା  ଏତେ ଭୟଙ୍କର ଥିଲା ଯେ କୈାଣସି ଲୋକ ଲିଭାଇବାକୁ ସାହସ ବାନ୍ଧି ନଥିଲେ । ଗୁହାଳରେ ବନ୍ଧା ହୋଇଥିବା ଏକହଳ ବଳଦ ମଧ୍ୟରୁ ଗୋଟିଏ ବଳଦ ପୋଡିହୋଇ ମରିଯାଇଥିବାବେଳେ ଆଉ ଗୋଟିଏ ବଳଦ ପୋଡିହୋଇ ଗୁରୁତ୍ତର ଆହତ ହୋଇଛି । କୈାଣସି ସୂତ୍ରରୁ ଖବର ପାଇ ବୋଲଗଡ ଦମକଳ ବାହିନୀ ଘଟଣାସ୍ଥଳକୁ ଯାଇ ନିଆଁ ଲିଭାଇଥିଲେ । ଭାଗଚାଷ କରି ଜିବୀକା ନିର୍ବାହ କରୁଥିବା ଶ୍ରୀ ଦଳେଇ ଜଣେ ଗରିବ ଓ ଦିନ ମଜୁରିଆ ବ୍ୟକ୍ତି ହୋଇଥିବାରୁ ତାକୁ ସରକାରୀ ସାହାଯ୍ୟ କରିବାପାଇଁ ସରକାରଙ୍କ ନିକଟରେ ସ୍ଥାନୀୟ ସରପଞ୍ଚ ସୁବାସ ଚନ୍ଦ୍ର ରାୟଗୁରୁଙ୍କ ସମେତ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here