ନୟାଗଡ. : ନୟାଗଡ଼ ଉପ-କାରାଗାର ର ଜଣେ ବିଚାରଧିନ ବନ୍ଦିଙ୍କ ଆତ୍ମହତ୍ୟା କୁ ନେଇ ତଦନ୍ତ ଆରମ୍ଭ ହୋଇଛି । ଚଳିତ ମାସ ୧୯ ତାରିଖ ଅପରାହ୍ନ ପ୍ରାୟ ୩ଟା ସମୟରେ ନବାଗତ ବିଚାରଧିନ ବନ୍ଦି ମନୋଜ କୁମାର ନାୟକ (୨୨) ଉପ-କାରାଗାର ଏକ ପାଇଖାନା ସ୍କାଇଲାଇଟ୍ ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟ କରିଥିବା ସୂଚନା ମିଳିଛି । ଏନେଇ ଜେଲ କର୍ତ୍ତର୍ୃପକ୍ଷ ପୋଲିସ୍ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିବା ପରେ ବିଳମ୍ବିତ ସନ୍ଧ୍ୟାରେ ପୋଲିସ୍ ଓ ସାଇଣ୍ଟିଫିକ୍ ଦଳ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ଚଳିତ ମାସ ୧୮ ତାରିଖ ଅପରାହ୍ନରେ ମନୋଜ କୁମାର ନାୟକ ବିଚାରଧିନ ବନ୍ଦି ଭାବେ ନୟାଗଡ଼ ଉପ-କାରାଗାରରେ ପ୍ରବେଶ କରିଥିଲେ । କରୋନା ସତର୍କତା ହେତୁ ବନ୍ଦି ମନୋଜଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇଥିଲା । ୧୯ ତାରିଖ ମଙ୍ଗଳବାର ଦିନ ସକାଳ ଓ ମଧ୍ୟାହ୍ନ ସମୟରେ ଅନ୍ୟ ବନ୍ଦିଙ୍କ ପରି ନବାଗତ ବିଚାରଧିନ ବନ୍ଦି ମନୋଜର ସ୍ୱାସ୍ଥ୍ୟ ପରୀକ୍ଷା, ଜଳଖିଆ ଓ ମଧ୍ୟାହ୍ନ ଭୋଜନ କାର୍ଯ୍ୟ ସ୍ୱାଭାବିକ ଥିଲା । କିନ୍ତୁ ଅପରାହ୍ନ ପ୍ରାୟ ୩ଟା ସମୟରେ ଜେଲ୍ କୋଠରୀ ନିକଟରେ ଏକ ପାଇଖାନା ଗୃହ ସ୍କାଇଲାଇଟ୍ରେ ବେକରେ ଗାମୁଛା ଲଗାଇ ମନୋଜ ଆତ୍ମହତ୍ୟା କରି ଜଣା ପଡ଼ିଥିଲା ।

ଘଟଣା ସଂପର୍କରେ ପୋଲିସ୍ ଓ ପ୍ରଶାସନିକ ଅଧିକାରୀଙ୍କୁ ଘଟଣା ସଂପର୍କରେ ଅବଗତ କରା ଯାଇଥିବା ଜେଲ କର୍ତ୍ତୃପକ୍ଷ କହିଛନ୍ତି । ଘଟଣାରେ ପ୍ରଶାସନିକ ଓ ପୋଲିସ୍ ଯୁଗ୍ମ ତଦନ୍ତ ପରେ ମୃତ ଦେହ ବ୍ୟବଚ୍ଛେଦ୍ଦ ପାଇଁ ଜିଲ୍ଲା ହସ୍ିଟାଲୁ ପଠାଯିବା ଜଣାପଡ଼ିଛି । ଅନ୍ୟପକ୍ଷେ ବିଚାରଧିନ ବନ୍ଦି ମନୋଜ ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ନୟାଗଡ଼ ଜିଲ୍ଲା ନୁଆଗାଁ ପୋଲିସ୍ ଦ୍ୱରା ଗିରଫ ହୋଇ କୋର୍ଟ ହାଜିରା ପରେ ଜେଲ୍ ଚାଲାଣ ହେବାର ୨୪ ଘଣ୍ଟା ନ ପୁରୁଣୁ ଆତ୍ମହତ୍ୟା କରିବାକୁ ନେଇ ନାନା ଆଶଙ୍କା ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here