ନିଆଳି (ରାଜେଶ କୁମାର ଲେଙ୍କା): ବାତ୍ୟା ଅମ୍ପନ ପାଇଁ କଟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନିଆଳି ର ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ପ୍ରମୋଦ ମଲିକ ଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଦିନ ୧୧ ଘଟିକା ରେ କଣ୍ଡାପଡା ବ୍ଲକ କନଫେରେନ୍ସ ହଲ ଠାରେ ଏକ ଜରୁରୀ କାଳୀନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନିଆଳି ର ବିଧାୟକ ମାନ୍ୟବର ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ସଭାପତିତ୍ବ କରିଥିଲେ ।
ନିଆଳି, କଣ୍ଟାପଡା ଓ ବାରଙ୍ଗ ବ୍ଲକର ତହସିଲଦାର, ବିଡ଼ିଓ ସ୍ବାସ୍ଥ୍ୟ ବିଭାଗ ଅଧୁକାରୀ,ଅଗ୍ନିଶ୍ରମ ବିଭାଗ, ଏସ .ଡି.ଓ ବିଦ୍ୟୁତ ବିଭାଗ , ପଶୁ ନିରୀକ୍ଷକ ଅଧୁକାରୀ, କୃଷି ଅଧୁକାରୀ , ଜଳ ସଂମ୍ପଦ ଅଧୁକାରୀ ଉଦ୍ୟାନ ଅଧୁକାରୀ ,ମସ୍ୟା ଅଧୁକାରୀ, ରାସ୍ତା ଓ ଗୃହ ନିର୍ମାଣ ର ଅଧୁକାରୀ ,ପାନୀୟ ଜଳ ବିଭାଗ, ପୋଲିସ ଅଧୁକାରୀ,ଖାଦ୍ୟଯୋଗାଣ ବିଭାଗ ଅଧୁକାରୀ,ଲୋକ ପ୍ରତିନିଧୂ ଓ ସମସ୍ତ ଜିଲ୍ଲା ଅଧୁକାରୀ ଉପସ୍ଥିତ ରହି ,କିଭଳି ଭାବେ ଏହି ସାମ୍ଭାବ୍ୟ ବାତ୍ୟା ( ଅମ୍ପନ)ର ସଫଳ ମୁକାବିଲା କରା। ଯାଇପାରିବ ତାର ନକ୍ସା ପ୍ରସ୍ତୁତ କରିଥିଲେ । ଏହି ବୈଠକ ରେ ସମସ୍ତ ଅଧୁକାରୀ ମାନଙ୍କୁ ସଜାଗ ରହିବା ପାଇଁ ମାନ୍ୟବର ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here