ପୋଲସରା,(ରଂଜୟପାଣିଗ୍ରାହୀ) : ପୋଲସରା ବ୍ଲକ ର ହାତୀଓଟ ଠାରେ ଥିବା ପୋଲସରା ଆଦର୍ଶ ବିଦ୍ୟାଳୟ ତଳ ଦିନେ ଭାରତରେ 5 ସ୍ଥାନ ଅଧିକାର କରିଥିବରୁ ବର୍ତ୍ତମାନ  ଏହି ବିଦ୍ୟାଳୟ ବିଭିନ୍ନ ବିଭାଗରୁ ଅନୁଦାନ ମାନ ଆସୁଥିବାର ଉକ୍ତ ବିଦ୍ୟାଳୟ ରେ ଦେଖିବାକୁ ମିଳୁଅଛି।କିଛି ଦିନ ତଳେ ଉକ୍ତ ଜାଗା କୁ ଓଡ଼ିଶା ଗଣଶିକ୍ଷା ବିଭାଗର ମୁଖ୍ୟ ସାସନସଚିବ ସତ୍ୟବ୍ରତସାହୁ  ଆସି ଆଦର୍ସ ବିଦ୍ୟାଳୟ ର ଭିତ୍ତି ଭୂମି ଦେଖି ବିରକ୍ତି ଭାବ ହୋଇ ସ୍କୁଲ ର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ  ଆରଡି,ପୂର୍ତ୍ତ ବିଭାଗ,ପାନିୟ ଜଳ,କରେଣ୍ଟ, ବିଭାଗର ପ୍ରମୁଖ ମାନେ ରହି ଭିତିଭୂମି କୁ ତୋଳିବାକୁ ଲାଗି ରହି ଥିବା ବେଳ ବିଦ୍ୟାଳୟ କୁ ଆବଶ୍ୟକ ଥିବା କେମେଷ୍ଟ୍ରି,ବାୟୋ ଲୋଜି,ଫିଜିକ୍ସ,ଓ କମ୍ପୁଟର  ,ବାଳକ ମାନଙ୍କ ହଷ୍ଟେଲ ପାଇଁ ସରଞ୍ଜାମ କିଛିଦିନ ତଳେ ଆସିଯାଇଛି। ଯାହା ଫଳରେ ଅଭିଭାବକ ମହଲରେ ଖୁସି ର ଲହରୀ ଖେଳିବା ସହ ଅଧ୍ୟକ୍ଷ, ଅଧ୍ୟକ୍ଷ।ମାନ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ଦେଖିବାକୁ ବାକି ରହିଲା ଦରକାର ଥିବା ରାସ୍ତା,ବାଳିକା ହଷ୍ଟେଲ ,ପାଚେରୀ,ବଗିଚା,ଖେଳପଡ଼ିଆ କେବେ ଯୋଗାଇବେ ସରକାର। ଏନେଇ ପୋଲସରା ଶିକ୍ଷା ଅଧୀକାରୀ ତ୍ରିଲୋଚନ ତ୍ରିପାଠୀ କୁହନ୍ତି ସରକାର ତୁରନ୍ତ ପଦକ୍ଷେପ ନେଇ ବାକି ଥିବା ସମସ୍ତ କାର୍ଯ୍ୟ ଶେଷ କରିବେବୋଲି ଆମେ ଆଶା ରଖିଛୁ।

LEAVE A REPLY

Please enter your comment!
Please enter your name here