ଫୁଲବାଣୀ,୧୧/୦୧(Santosh Mishra) : ପୋଲିସ ସହିଦ୍ ମାନଙ୍କ ସ୍ମୃତିରେ ସ୍ଥାନୀୟ ମାଦିକୁନ୍ଦା ରିଜର୍ଭ ପୋଲିସ ପଡିଆଠାରେ ଚାଲିଥିବା ଚାଲିଥିବା ୫ମ ସହିଦ୍ ମୋମେରିଆଲ୍ କି୍ରକେଟ୍ ଟୁର୍ଣ୍ଣାମେଣ୍ଟ ଅବସରରେ ଆଜି ପୁଲିସ୍ ଅଫିସର-୧୧ ଓ ସାମ୍ବାଦିକ-୧୧ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କି୍ରକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ୧୫ ଓଭର ଲେଖାଏଁ ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମେ ପ୍ରେସ୍-୧୧ ବ୍ୟାଟିଂଙ୍ଗ୍ କରି ୫ ଉଇକେଟ୍ ବିନିମୟରେ ୮୭ ରନ୍ କରିଥିବା ବେଳେ ଏହାର ଜବାବରେ ପୁଲିସ୍ ଅଫିସର-୧୧ ଦଳ ୪ ଉଇକେଟ୍ ବିନିମୟରେ ୮୮ ରନ୍ କରି ବିଜୟ ହୋଇଥିଲେ । ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଅତିରକ୍ତ ଏସ୍.ପି ବିପିନ ବିହାରୀ ବେହେରା ଓ ଡ଼େପୁଟି କମାଣ୍ଡେଣ୍ଟ ସନ୍ତୋଷ କୁମାର ଦଣ୍ଡସେନା , ଡ଼ି.ଏସ୍.ପି କେ.ପି ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବିଜୟ ଓ ରନର୍ସ ଦଳକୁ ପୁରସ୍କୃତ କରିଥିଲେ । ରିଜର୍ଭ ଇନିସପେକ୍ଟର ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଅମ୍ପାୟର ଭାବେ ପ୍ରକାଶ ଚନ୍ଦ୍ର ମଲିକ ଓ କୈଳାଶ ଚନ୍ଦ୍ର କହଁର ଦାୟିତ୍ୱ ତୁଲାଇଥିଲେ । ଟୁର୍ଣ୍ଣାମେଣ୍ଟରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ସୁବେଦାର ସୂର୍ଯ୍ୟକାନ୍ତ ଜେନା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଶୋକ ମହାନ୍ତି ପରିଚାଳନା କରିଥିଲେ । ଅନୁଷ୍ଠିତ ମ୍ୟାଚ୍ରେ ବହୁ ଗଣମାଧ୍ୟମ ପ୍ରତିନିଧି ଓ ପୁଲିସ୍ ମାନେ ସାମିଲ୍ ହୋଇ ଉଭୟ ଦଳର ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

 

LEAVE A REPLY

Please enter your comment!
Please enter your name here