ସମ୍ବଲପୁର,୩ା୧୨ : ସମ୍ବଲପୁର ସହରରେ ଟ୍ରାଫିକ୍ ନିୟମ କଡାକଡି କରାଯାଇଛି। ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଯାଞ୍ଚ କରାଯାଉଛି। ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କ ବିରୋଧରେ ଫାଇନ ଆଦାୟ କରାଯାଉଛି। ସେହିପରି ନିଶା ସେବନ କରି ଗାଡି ଚଳାଉଥିବା ଡ୍ରାଇଭରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କରୁଥିଲା। ଯାଞ୍ଚ ବେଳେ ଟ୍ରାଫିକ୍ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ ଜଣେ କିନ୍ନରଙ୍କୁ ଅଟକାଇ ଥିଲା। ଖବର ପାଇ ଅନ୍ୟ ସାଥୀ କିନ୍ନର ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପୋଲିସର ଏତାଦୃଶ୍ୟ କାର୍ଯ୍ୟକୁ ସେମାନେ ବିରୋଧ କରିଥିଲେ। ଯାହାକୁ ନେଇ ପୋଲିସ ଓ କିନ୍ନରଙ୍କ ମଧ୍ୟରେ ପାଖାପାଖି ୨୦ମିନିଟ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହାପରେ ସମ୍ପୃକ୍ତ କିନ୍ନର ଜଣକ ଫାଇନ୍ ନଦେଇ ଯାଇଥିବା ଜଣାପଡିଛି।