(ମାନସିକ ଦୁଶ୍ଚିନ୍ତାରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ମଣିଷ ମାନଙ୍କ ପାଇଁ )
ଜ୍ୟୋତି ରଞ୍ଜନ ସାମନ୍ତରାୟ ଙ୍କ କଲମରୁ ………
ତୁମେ ଯଦି ଛାଡି ଚାଲି ଯାଅ…
ସେମିତି ବି କିଛି ଗୋଟେ ବଡ ପରିବର୍ତନ ହେଇ ଯିବନି ଦୁନିଆଁ ର
ଦେଖିବ ଆସ କେଡେ ସୁନ୍ଦର ସବୁଜ ପୃଥିବୀ
ଚାରିପଟେ ବିଲ ମାଳ ରେ ହସୁଥିବା ଧାନ କିଆରୀ ସବୁ
ଆଉ ତା ମଝିରେ ଛୋଟ ଗାଁ ଟି ତୁମର ..।
ସ୍ୱାର୍ଥପର ଦୁନିଆରେ
କାହାର ଅନୁପସ୍ଥିତିରେ ଏଠି
କିଛି ବି ଅଟକେନା
ମଇଦାନ ଛାଡି ପଳେଇ ଗଲେ ବି
ବଦଳି ଯାଆନ୍ତି ଚରିତ୍ର ମାନେ କେବଳ
ଯୁଦ୍ଧ କିନ୍ତୁ ଜାରି ରହେ ଅହରହ …..।
ରାସ୍ତା ରେ ଝୁଣ୍ଟି କ୍ଷେତାକ୍ତ ହେଲେ ବି
ଯାତ୍ରା ସରେନା
ସମୟ ସାକ୍ଷୀ  ଦେବ
କେତେ ହଜେଇଲ ଆଉ କେତେ ପାଇଲ  ତୁମେ
ତୁମର ଅଭାବ ତ ରହିବ ନିଶ୍ଚୟ
କିନ୍ତୁ ତୁମ ପାଇଁ ଅଟକି ଯିବନି କିଛି।
ଥରେ ଭାବନାରେ ଆଣିପାର
ତୁମକୁ ଭଲ ପାଉଥିବା ଲୋକ ମାନଙ୍କୁ
ସେମାନେ କଣ କେବେ ଉଣା କରିଛନ୍ତି
ନିରୁତା ଭଲ ପାଇବାରେ ।
ତୁମେ ଥରେ ଚେଷ୍ଟା ତ କର
ଯେମିତି ସମସ୍ତେ କରନ୍ତି ଯୁଦ୍ଧ
ପ୍ରତ୍ୟକ ଦିନ
ଦେଖିବ ପୁଣି  ଏକ ନୂଆ ଆଶା
ଆଉ ପୁଣି ଏକ ନୂଆ ସୁଯୋଗ
ଅପେକ୍ଷା  କରି ରହିଛି………..ତୁମକୁ।

LEAVE A REPLY

Please enter your comment!
Please enter your name here