ନୂଆଦିଲ୍ଲୀ ,୨୬/୧୨ : ନୂଆବର୍ଷରେ ମୋଦି ସରକାର ଗୋଟିଏ ପରେ ଗୋଟିଏ କରି ୬ଟି ବଡ଼ ଉପହାର ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଏଥିମଧ୍ୟରୁ ସବୁଠାରୁ ବଡ଼ ଉପହାର ୟୁନିଭର୍ସାଲ ବେସିକ୍ ଇନ୍କମ୍ ବି ହୋଇପାରେ । ଏହା ଜରିଆରେ କୋଟି କୋଟି ଲୋକଙ୍କ ଖାତାରେ ଏକ ନିଶ୍ଚିତ ରାଶି ଜମା ହେବ । ଏମିତି କିଛି ନିଷ୍ପତ୍ତି ରହିଛି ଯାହାକୁ ହେବା ଫଳରେ ଆପଣଙ୍କ ଟଙ୍କା ସଂଚୟ ବି ହୋଇ ପାରିବ । ଆସନ୍ତୁ ଜାଣିବା ମୋଦିଙ୍କ ଏହି ୬ଟି ଉପହାର ବିଷୟରେ..
ପ୍ରତ୍ୟେକ ଖାତାରେ ଜମା ହେବ ଟଙ୍କା : ନୂଆ ବର୍ଷରେ ମୋଦି ସରକାର ୟୁନିଭର୍ସାଲ ବେସିକ୍ ଇନକମ୍ (ୟୁବିଆଇ) ସ୍କିମ୍ର ବଡ଼ ଉପହାର ଦେଇପାରନ୍ତି । ଏହି ସ୍କିମ୍ର ଚର୍ଚ୍ଚା ଦୀର୍ଘ ସମୟ ଧରି ଚାଲୁ ଆସିଥିଲା ।
କେତେକ ସାମଗ୍ରୀ ହେବ ଶସ୍ତା : ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନିକଟରେ ସାମଗ୍ରୀ ଓ ସେବାକରର ୧୮ ପ୍ରତିଶତ ସ୍ଲାବ୍କୁ ଶେଷ କରିବା ପାଇଁ ସଂକେତ ଦେଇଛନ୍ତି । ଏଥିସହିତ ସେ କହିଛନ୍ତି, ଆଗାମୀ ସମୟରେ ୦.୫ ଓ ନୂଆ ଷ୍ଟାଡାର୍ଡ ସ୍ଲାବ୍ ହେବ । ଅର୍ଥାତ୍ ଏହି ସାମଗ୍ରୀର ଜିଏସଟି ହ୍ରାସ ପାଇ ପାରିବ ।
ଘର କିଣିବା ସ୍ୱପ୍ନ ପୂରା ହେବ : ଆଗାମୀ ମାସରେ ହେବାକୁ ଥିବା ନିର୍ମାଣଧୀନ ଘର ଓ କମ୍ପଲିସନ୍ (ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବାର ପ୍ରମାଣ ପତ୍ର)ର ଅପେକ୍ଷାରେ ପ୍ରସ୍ତୁତ ଥିବା ଫ୍ଲାଟ ଉପରୁ ଦ୍ରବ୍ୟ ଓ ସେବା କର ( ଜିଏସଟି)କୁ ହ୍ରାସ କରି ପାଂଚ ପ୍ରତିଶତ ରଖାଯିବ ବୋଲି ଜିଏସଟି ପରିଷଦ ପକ୍ଷରୁ ବିଚାର କରାଯାଉଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଅର୍ଥାତ୍ ନୂଆ ବର୍ଷରୁ ଘର କିଣିବା ପୂର୍ବ ଅପେକ୍ଷା ଶସ୍ତା ହୋଇପାରେ ।
ମୋବାଇଲ୍ ଭଳି ରିଚାର୍ଜ ହେବ ବିଜୁଳି ବିଲ୍ : ନୂଆବର୍ଷରୁ ମୋବାଇଲ୍ ବିଲ୍ ଭଳି ବିଜୁଳି ବି ରିଚାର୍ଜ କରି ହେବ । ବିଜୁଳି ବିଲ୍ ବୃଦ୍ଧି ନେଇ ଅଭିଯୋଗକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତି ନେଇଛନ୍ତି । ୨୦୧୯ ଏପ୍ରିଲ ୧ରୁ ସମସ୍ତ ରାଜ୍ୟରେ ସ୍ମାର୍ଟ ପ୍ରିପେଡ ମିଟର ଅନିବାର୍ଯ୍ୟ କରିବାର ଯୋଜନା ଉପରେ କାମ ଜାରି ରହିଛି । ମୋବାଇଲ୍ ଫୋନ୍ ଭଳି ଏଥିରେ ପ୍ରିପେଡ ବିଜୁଳି ରିଚାର୍ଜ କାର୍ଡ ଦିଆଯିବ । ଅର୍ଥାତ୍ ଲୋକମାନେ ଯେତିକି ବିଜୁଳି ଖର୍ଚ୍ଚ କରିବେ ସେତିକି ପାଇଁ ହିଁ ଟଙ୍କା ଦେବେ ।
ଆଇଟି ରିଟର୍ଣ୍ଣ ଫମି ଭରିବା ହେବ ସୁବିଧା : ସାଧାରଣତଃ ଦେଖାଯାଏ ଆଇଟିଆର୍ ଫର୍ମ ଭରିବା ପାଇଁ ଲୋକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆପଣଙ୍କ ଏହି ଅସୁବିଧା ନୂଆ ବର୍ଷରୁ ନୂର ହୋଇପାରିବ । କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ର ଏହି ସଂକେତ ଦେଇ କହିଛନ୍ତି, ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରୁିବା ଲୋକଙ୍କୁ ଖୁବ୍ ଶୀଘ୍ର ପୂର୍ବରୁ ଭରିଥିବା ଆଇଟିଆର ଫର୍ମ ମିଳିବ । ଏଥିରେ ରିଟର୍ଣ୍ଣ ପାଇଲ୍ କରିବା ପ୍ରକ୍ରିୟା ସହଜ ହୋଇଯିବ ।
ଫସି ଥିବା ଟଙ୍କା ସହଜରେ ମିଳି ପାରିବ : ଏମିତି କେତେକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଅନ୍ଲାଇନ୍ ଟ୍ରାନ୍ଜାକ୍ସନ୍ ସମୟରେ ଟଙ୍କା ଫସି ଯାଇଥାଏ କିମ୍ବା ଟ୍ରାନଜାକସନ୍ରେ ଅସୁବିଧା ହୋଇଥାଏ । ଏହି ଅସୁବିଧାକୁ ଦୂର କରିବା ପାଇଁ ରିଜର୍ଭ ବ୍ୟାଙ୍କ ନୂଆ ବର୍ଷରୁ ଡିଜିଟାଲ ଟ୍ରାନ୍ଜାକ୍ସନ୍ ଓମ୍ବଡ୍ସମ୍ୟାନ୍ର ଆରମ୍ଭ କରିବାକୁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here