ଇରାନ୍: ପିଲାଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେଇ ଇରାନ୍‌ରେ ଏବେ ସ୍କୁଲ ଖୋଲିଛି । ରାଷ୍ଟ୍ରପତି ହସନ ରୁହାନି କହିଛନ୍ତି ଶିକ୍ଷା ସ୍ୱାସ୍ଥ୍ୟ ଭଳି ଜରୁରୀ । ଏବେ ସୋସାଲ ମିଡିଆରେ କ୍ଲାସରୁମ୍‌ର ଫଟୋ ଭାଇରାଲ ହେଉଛି ଯେଉଁଥିରେ ଛାତ୍ରଛାତ୍ରୀ ପ୍ଲାଷ୍ଟିକ୍‌ ଟେଣ୍ଟରେ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି । ଟ୍ୱିଟର୍‌ରେ ଫଟୋ ସେୟାର କରାଯାଇ କ୍ୟାପସନ୍‌ ରଖାଯାଇଛି ‘ କ େ ର । ନ । ସମୟରେ ସ୍କୁଲ ଖୋଲିଛି ।’ ହେଲେ ବାପା-ମା’ ପିଲାଙ୍କୁ ସ୍କୁଲ ପଠାଇବାକୁ ବାଧ୍ୟ ନୁହନ୍ତି । କେତେକ ସୋସାଲ ମିଡିଆ ୟୁଜର୍‌ଙ୍କୁ ଏହି ଆଇଡିଆ ପସନ୍ଦ ଆସିଥିବାବେଳେ କେତେକ ଏ ନେଇ ଆଲୋଚନା କରୁଛନ୍ତି ।ଇରାନ୍

LEAVE A REPLY

Please enter your comment!
Please enter your name here