ଭୁବନେଶ୍ୱର: ଏଥର ପ୍ରତି ପଞ୍ଚାୟତରେ ଆରମ୍ଭ ହେବ ପିପୁଲ୍ସ ଏମ୍ପାଓ୍ୱାରମେଣ୍ଟ ଏନାବ୍ଲିଂ ଟାନ୍ସପରେନ୍ସି ଆଣ୍ଡ୍‌ ଆକାଉଣ୍ଟେବିଲିଟି ଅଫ୍ ଓଡ଼ିଶା ଇନିସିଏଟିଭସ୍‌ ବା ‘ପିଠା ଯୋଜନା’। ‘ଆମ ଗାଁ ଆମ ବିକାଶ”ର ଏକ ଉପ ଯୋଜନା ଭାବେ ଏହା କାର୍ଯ୍ୟ କରିବ।
ଲୋକଙ୍କୁ ସଶକ୍ତ କରିବା ସହିତ ସରକାରୀ ଯୋଜନାର ସ୍ୱଚ୍ଛତା ବଜାୟ ରଖିବା ତଥା ଉତ୍ତରଦାୟିତ୍ୱ ନିର୍ଧାରଣ କରିବା ପାଇଁ ସରକାର ଏହି ନୂଆ ଯୋଜନା ଆରମ୍ଭ କରିଛନ୍ତି।
ପ୍ରତି ମାସ ୧୫ରୁ ୨୦ ତାରିଖ ମଧ୍ୟରେ ପଞ୍ଚାୟତରେ ଶିବିର ଆୟୋଜନ କରାଯାଇ ପିଠା ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନା ଦ୍ୱାରା ସଚେତନ ସୃଷ୍ଟି କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

Loading...

LEAVE A REPLY

Please enter your comment!
Please enter your name here