ଫୁଲନଖରା:ସିଏମସି ୫୮ ନମ୍ବର ୱାର୍ଡ଼ ଅନ୍ତର୍ଗତ ନୂଆଗଡ଼ ଗ୍ରାମରେ ସଫେଇ ଓ ବିଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମହାମାରୀ କରୋନା ପ୍ରାଦୁର୍ଭାବ ପରିପ୍ରେକ୍ଷୀରେ ନୂଆଗଡ଼ ଯୁବକ ସଂଘ ଆବାହକ ରାଜେନ୍ଦ୍ରପ୍ରସାଦ ସାହୁଙ୍କ ଆହ୍ୱାନ କ୍ରମେ ସଂଘ କର୍ମକର୍ତ୍ତା ଓ ସଦସ୍ୟମାନେ ଗ୍ରାମର ରାସ୍ତାଘାଟ, ବିଦ୍ୟାଳୟ ପରିସର, କ୍ଲବ ଘର ଓ ସାଇଜଗନ୍ନାଥ ମନ୍ଦିର ଚତୁଃପାଶ୍ୱର୍କୁ ବିଶୋଧନ ଓ ସଫେଇ କରିଥିଲେ ।

ଏଥିରେ ସଂଘ ସଭାପତି ବିଘ୍ନେଶ୍ୱର ବରାଳ ଓ ଉପଦେଷ୍ଟା ଯୋଗେନ୍ଦ୍ର ପ୍ରଧାନଙ୍କ ସମେତ ଦୀପକ ଭଟ୍ଟ, ଅନନ୍ତ ବାରିକ, ପୀତାମ୍ବର ସାମନ୍ତରାୟ, ଆଲୋକ ପ୍ରଧାନ, ବସନ୍ତ ସେଠୀ, ତ୍ରିନାଥ ମହାପାତ୍ର, ବସନ୍ତ ରାଉତ ପ୍ରମୁଖ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here