କନ୍ଧମାଳ (ସନ୍ତୋଷ ମିଶ୍ର ):  ଆଜି କନ୍ଧମାଳ ଜିଲ୍ଲାରେ ଜଣେ ଡାକ୍ତରଙ୍କ ସମେତ ୨ ଜବନ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ମିଶାଇ  ୮ କରୋନା ଯୋଦ୍ଧାଙ୍କ  ସହ ଆଜି କନ୍ଧମାଲ ଜିଲ୍ଲାରେ ମୋଟ  ୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦୯୦ ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୨୫୬୭ ଜଣ ସଂକ୍ରମିତ ସୁସ୍ଥ ହୋଇ ସେମାନଙ୍କ ଘରକୁ ଫେରିଛନ୍ତି ।  ଜିଲ୍ଲାରେ ମୋଟ ୧୬ ଜଣଙ୍କର କରୋନାରେ ମୃତୁ୍ୟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୁଚନା ମିଳି ଥିବାବେଳେ ଆଉ ୫୦୬ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଛନ୍ତି ।

ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ୪୦ ଜଣ ପୁରୁଷ ରହିଥିବାବେଳେ ଆଉ ୩୩ ଜଣ ମହିଳା ରହିଛନ୍ତି । ସେମାନଙ୍କ ମଧ୍ୟରୁ ଫୁଲବାଣୀ ବ୍ଳକ ଅଂଚଳର ୨୩ ଜଣ ଥିବାବେଳେ ଟିବାଲି ଅଂଚଳର ୭ ଜଣ,ଘୁ.ଉଦୟଗିରିର ୫ ଜଣ,କ.ନୁଆଗାଁର ୩ ଜଣ,ଚକାପାଦର ୬ ଜଣ,ଖଜୁରିପଡାରେ ୭ ଜଣ,କୋଟଗଡର ଜଣେ,ଦାରିଙ୍ଗବାଡିର ୫ ଜଣ,ଟୁମୁଡିବନ୍ଧର ୫ ଜଣ,ରାଇକିଆର ୩ ଜଣ,ବାଲିଗୁଡାର ୫ ଜଣ,ଫିରିଙ୍ଗିଆର ୨ ଜଣ ଏବଂ ଜିଲ୍ଲାର ବାହାରେ ଚିହ୍ନଟ ହୋଇଥିବା ଆଉ ଜଣେ ରହିଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦାଡି ଟ୍ୱିଟ୍ ଜରିଆରେ ସୁଚନା ଦେଇଛନ୍ତି । ତେବେ କରୋନାର ବୃଦ୍ଧିକୁ ଦୃଷ୍ଟିରେ ରଖି ଲୋକଙ୍କୁ ଅତି ଅବଶ୍ୟକ ନହେଲେ ଘରୁ ନ ନାହାରିବାକୁ କହିବା ସହିତ ଜରୁରୀ କାମରେ ବାହାରକୁ ଗଲାବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି କୋଭିଡ ନିୟମ ମାନି ଚଳିବାକୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here