ଫୁଲବାଣୀ ( ସନ୍ତୋଷ ମିଶ୍ର ) : ବାଉଁଶର ଅଭାବ ଏବଂ କଟକଣା ସାଙ୍ଗକୁ ଧିରେଧିରେ ପ୍ଲାଷ୍ଟିକରେ ସବୁ ଘର କରଣା ଜିନିଷର ବଜାରରେ ଉପଲବ୍ଧି ଯୋଗୁଁ ଧିରେଧିରେ କମିବାରେ ଲାଗିଛି ବାଉଁଶ କାରିଗର ମାନଙ୍କର ବେଉସା । ଏହା ସହିତ ଲୋପ ପାଇବାରେ ଲାଗିଛି ବାଉଁଶ କାରିଗରୀ ଓ କଳା । ଯହାର ପରିଣାମ ସ୍ୱରୁପ ଏକ ନିର୍ଦ୍ଧିଷ୍ଟ ଜାତିର ଲୋକମାନେ ସେମାନଙ୍କର ଜୀବିକା ହରାଉଛନ୍ତି । ଏଥିରେ ସମାଜରେ ମଧ୍ୟ ସେମାନଙ୍କର ଜୀବିକା ହରାଇବା ଯୋଗୁଁ ଏକ ପ୍ରକାରର କୁଟିର ଶୀଳ୍ପ ହଜି ଯାଉଛି । ଏହାର ପରିଣାମ ସ୍ୱରୁପ ଏହି ବାଉଁଶ କାରିଗରି କଳାରେ ବର୍ଷବର୍ଷ ଧରି ପରିବାର ପରିପୋଷଣ କରି ଆସୁଥିବା ବାଉଁଶ କାରିଗର ମାନେ ଏବେ ବହୁ କଷ୍ଟରେ ଜୀବନ ଯାପନ କରୁଛନ୍ତି । ଅନ୍ୟପଟେ ସରକାରୀ ଉଦସିନତା ପାଇଁ ଏହି ବାଉଁଶ କାରିଗର ମାନଙ୍କ ପାଇଁ ଆହୁରି ସମସ୍ୟା ଶୃଷ୍ଟି କରୁଛି ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ଗୋଦ୍ରା ସାହିରେ । ତେବେ କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ବ୍ଲକ ଭାବରେ ଜଣାଶୁଣା ଏହି ଫିରିଙ୍ଗିଆ ବ୍ଲକ ଏକ ଆଦିବାସୀ ବହୁଳ ବ୍ଲକ । ଏହି ବ୍ଲକ ରେ ବିଭିନ୍ନ ପ୍ରକାର ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ଏହି ବାଉଁଶ କାରିଗର ବା ଗୋଦ୍ରା ସମ୍ପ୍ରଦାୟ ବାସିନ୍ଦା ହେଉଛନ୍ତି ଅନ୍ୟତମ । ଏମାନେ ବାଉଁଶ ରେ ବିଭିନ୍ନ ଘରକରଣା ସାମଗ୍ରି କୁଲେଇ , ଝାଡୁ , ବାଉଁଶ ରେ ତିଆରି ମାଛମରା ଧଏର , ଧାନ ରଖିବା ପାଇଁ ଡୁଲି,କୁଲେଇ,ଚାଙ୍ଗୁଡି ଆଦି ଭଳି ଅନେକ ଜିନଷ ବଜାରରେ ବିକ୍ରି କରି ନିଜର ପରିବାର କରି ଅସୁଥିଲେି । ଦିର୍ଘ ୫୦ ବର୍ଷ ଧରି ପ୍ରାୟ ୨୦ ରୁ ୨୫ ଟି ପରିବାର ଏହି ଫିରିଙ୍ଗିଆ ସହରରେ ବସବାସ କରି ଆସୁଛନ୍ତି ।

କିଛିବର୍ଷ ପୂର୍ବେ ବନବିଭାଗ ଦ୍ୱରା ସ୍ଥନୀୟ ଗ୍ରାମ୍ୟ ଜଙ୍ଗଲ ମାନଙ୍କରେ ବାଉଂଶ ଲଗାଯାଉଥିଲାା ଜଙ୍ଗଲ ରୁ ବାଉଁଶ ଆଣି ଏହି କାରିଗର ମାନେ ବିଭିନ୍ନ ସାମଗ୍ରୀ ତିଆରି କରିଆସୁଥିଲେ । ବର୍ତମାନ ସରକାରୀ ଉଦାସିନତା ଯୋଗୁଁ ବାଉଁଶ ବଣ ସବୁ ଲୋପ ପାଇବାରକୁ ବସିଲାଣି । ଯାହା ଫଳରେ ଏହିକାରିଗର ମାନଙ୍କୁ ଠିକ ସଂଖ୍ୟକ ବାଉଁଶ ମଧ୍ୟ ମିଳିପାରୁନାହିଁ । ବାଧ୍ୟ ହୋଇ କୌଳିକ ବୃତିକୁ ବଂଚାଇ ରଖିବାକୁ ସେମାନେ କାଁଭା କେତେବେଳେ କେମିତି ଲୋକଙ୍କ ବାଡିରେ ଲାଗିଥିବା ବାଉଁଶ କିଣି ଏହି ସବୁ ସାମଗ୍ରି ତିଆରି କରୁଛନ୍ତି ଏହି ବାଉଁଶ କାରିଗର ମାନେ । କିନ୍ତୁ ସେଥିରୁ ତିଆରି କରାଯାଉଥିବା ଜିନିଷ ଓ ସେଥିରୁ ହେଉଥିବା ରୋଜଗାର ସେମାନଙ୍କ ପାଇଁ ସମୁଦ୍ରକୁ ସଂଙ୍ଖେ ।

ଅନ୍ୟପଟେ ଏହି ବାଉଁଶ କାରିଗର ମାନେ ବିଭିନ୍ନ ବାଉଁଶ ତିଆରି ସାମଗ୍ରି ସ୍ଥାନୀୟ ହାଟବଜାର ମାନଙ୍କରେ ବିକ୍ରି କରିଥାନ୍ତି ବର୍ତମାନ ଯୁଗରେ ସେମାନେ ତିଆରି କରୁଥିବା ସମସ୍ତ ବାଉଁଶ ତିଆରି ଜିନିଷ ବର୍ତମାନ ପ୍ଲାଷ୍ଟିକରେ ଉନ୍ନତ ମାନର ତଥା ସେମାନଙ୍କ ବାଉଁଶ ତିଆରି ଜିନିଷଠାରୁ କମ ଦାମରେ ବଜାରରେ ଉପଲବ୍ଧ ହେଉଛି । ଫଳରେ ସେମାନଙ୍କ ଦ୍ୱାରା ଚଢା ଦରରେ ବାଉଁଶ କିଣି ତିଆରି କରାଯାଉଥିବା ଘର କରଣା ଜିନିଷର ଦାବ ଅଧିକ ହେଉଥିବାରୁ ଅଧିକାଂଶ ଲୋକେ ପ୍ଲାଷ୍ଟିକ ତିଆରି ଜିନିଷକୁ ପସନ୍ଦ କରୁଛନ୍ତି । କିନ୍ତୁ ଚଳିତ ବର୍ଷ ମାହାମାରି କୋରେନା ପାଇଁ ଜିଲ୍ଲାର ସମସ୍ତ ହାଟବଜାର ବନ୍ଦ ହୋଇଜିବାରୁ କୈାଣଷି ସମାଗ୍ରି ବିକ୍ରି ହୋଇପାରୁନଥୀବାରୁ ବାଧ୍ୟ ହୋଇ ପେଟପାଟଣା ଚିନ୍ତାରେ ଗାଁଗାଁ ବୁଲୁ ଏହି ସବୁ ସମଗ୍ରି ବିକ୍ରି କରୁଛନ୍ତି । ତଥାପି ଏହି ସମଗ୍ରି ଗୁଡିକର ଉଚିତ ମୂଲ୍ୟ ମିଳିପାରୁନାହିଁ ଏହି କାରିଗର ମାନଙ୍କୁ ।

ଅନ୍ୟପଟେ ୨୦୦୧୬/୧୭ ଆର୍ଥିକ ବର୍ଷ ଜିଲ୍ଲା ପ୍ରଶାସନ ଙ୍କ ତରଫରୁ ଏଠି ବାଉଁଶ କାରିଗରି କରିଆସୁଥିବା ମହିଳା ମାନଙ୍କୁ ପିଆଇସି ରେ ଭାରତ ସରକାରଙ୍କ ଶିଲ୍ପତାଲିମ କେନ୍ଦ୍ର ରେ ୬ ମାସ ତାଲିମ ମଧ୍ୟ ଦିଆଯାଇଛି । ଏହି ତାଲିମ ପାଇଁ ଏହି ମହିଳା ମାନଙ୍କୁ ଗୋଟିଏ ଲେଖାଏଁ ପ୍ରମାଣ ପତ୍ର ମଧ୍ୟ ଦିଆଯାଇଛି । କିନ୍ତୁ ଦଃଖର ବିଷୟ କେବଳ ଗୋଟିଏ ଗୋଟିଏ ପ୍ରମାଣ ପତ୍ର ଦେଇ ସରକଲାର ଭୂଲିଯାଇଛନ୍ତି ଏହି ବାଉଁଶ କାରିଗର ମାନଙ୍କୁ । ତାଲିମ ଦେଲା ବେଳେ ସରକାରଙ୍କ ପକ୍ଷରୁ ମହିଳା ମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ବିଭିନ୍ନ ବ୍ୟାଙ୍କରୁ ରୁଣ ପ୍ରଦାନ କରାଯିବ । କିନ୍ତୁ ତାଲିମ ନେବାର ୩ ବର୍ଷ ବିତିଯାଇଥିଲେ ସୁଦ୍ଦା କୋଣଷି ତାଲିମ ପ୍ରାପ୍ତ ବାଉଁଶ କାରିଗର ଙ୍କୁ ଏପର୍ଯ୍ୟନ୍ତ କୈାଣଷି ଋଣ ମିଳିନାହିଁ । ସେମାନେ ପାଇଥିବା ପ୍ରମାଣ ପତ୍ର ଧରି ଏ ବ୍ୟାଙ୍କ ରୁ ସେ ବ୍ୟାଙ୍କ ବୁଲିବୁଲି ଚପଲ ଘୋରି ହୋଇଗଲାଣି କିନ୍ତୁ କାହାରିକୁ ଋଣ ମିଳିପାରୁନଥିବା ଏହି ବାଉଁଶ କାରିଗର ମାନେ କୋହଭରା କଣ୍ଠରେ ଅଭିଯୋଗ କରିଛନ୍ତି ।

ସରକାରୀ ଅବହେଳା ପାଇଁ ବର୍ତମାନ ଏହି ବାଉଁଶ କାରିଗର ମାନେ ଦୁର୍ଦ୍ଧିନରେ ଜୀବନ ଜାପନ କରୁଥିବା ବେଳେ ନିଜର କୈାଳିକ ବୃତି ଛାଡି ଏବେ ବିଭିନ୍ନ ଯାଗାରେ ଶ୍ରମିକ ଭାବରେ କାମ କରିବାକୁ ବାଧ୍ୟ ହେଉଥିବା ବେଳେ ଏମାନଙ୍କ ମଧ୍ୟ ରୁ କିଛି ଲୋକ ବାହାର ରାଜ୍ୟକୁ ଯାଇ ଦାଦାନ ଖଟିବା ପାଇଁ ବାଧ୍ୟ ହେଉଛନ୍ତି । ତେବେ ବନ ବିଭାଗ ଏହି ବାଉଁଶ କାରି ଗର ମାନଙ୍କୁ ସୁବିଧାରେ ଏବଂ ଶସ୍ତାରେ ବାଉଁଶ ଯୋଗଇ ଦେବାର ବ୍ୟବସ୍ଥା କରିବା ସହ ରାଜ୍ୟ ସରକାର ଏହି କାରିଗର ମାନଙ୍କୁ ସାହାଯ୍ୟର ହାତ ବଢେଇଲେ ଧିରେଧିରେ ଲୋପ ପାଇବାକୁ ବସିଥିବା ବାଉଁଶ ତିଆରି ସାମଗ୍ରୀର ଚାହିଦା ବଢିପାରନ୍ତା ବୋଲି ଦୁର୍ଦ୍ଧିନରେ ଦିନ କଟୁଥିବା ଏହି ବାଉଁଶ କାରିଗର ମାନେ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here