ଫୁଲବାଣୀ(ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଳକର ବାରଖମା ସ୍ଥିତ ଜୀବନଜ୍ୟୋତି କଳା ପରିଷଦ ପକ୍ଷରୁ ଆଜି କୋଭିଡ଼୍-୧୯ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ମାଓ ପ୍ରବଣ ଆଂଚଳ ସୁଡ଼୍ରା ଗ୍ରାମ ପଂଚାୟତରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶେଷ କରି କରୋନା ଠାରୁ ଦୂରେଇ ରହିବା , ସରକାରଙ୍କ ନିୟମ ମାନି ଚାଲିବା , ବାରମ୍ବାର ହାତ ଧୋଇବା ସହିତ ବିଭିନ୍ନ ଅଞ୍ଚଳକୁ ମଧ୍ୟ ସାଡ଼ିଟାଇଜ୍ କରାଯାଇଛି ।

ପଂଚାୟତର ନାଏବ ସରପଂଚଙ୍କ ଉପସ୍ଥିତିରେ ପରିଷଦର ସଦସ୍ୟମାନେ ଆଶ୍ରମ ସ୍କୁଲ ଠାରୁ ସଚେତନତା ଆରମ୍ଭ କରି ଅଙ୍ଗନୱାଡ଼ି କେନ୍ଦ୍ର , ଦୋକାନ ବଜାର , ଉପସ୍ୱାସ୍ଥ୍ୟକେନ୍ଦ୍ର ଆଦିକୁ ସାନିଟାଇଜ୍ କରିଥିଲେ । ଏଥି ସହିତ ଅନେକଂକୁ ମାକ୍ସ ବାଣ୍ଟିଥିଲେ । ଜ୍ୱର , କାଶ ଓ ଥଣ୍ଡା ହେଲେ ତୁରନ୍ତ ଡ଼ାକ୍ତରଖାନାକୁ ଯାଇ ପରୀକ୍ଷା କରିବା ଉପରେ ଜୋର ଦେଇଥିଲେ ।

କଳା ପରିଷଦର ସଭାପତି ରଜନୀକାନ୍ତ ଦିଗାଲ , ସଂପାଦକ ପରମାନନ୍ଦ ନାୟକ , କୋଷାଧ୍ୟକ୍ଷ ଖ୍ରୀଷ୍ଟଦାସ ଦିଗାଲ , ଉପଦେଷ୍ଟା ଲକ୍ଷ୍ମୀ ନାରାୟଣ ଦଣ୍ଡିଆ , ଦିଗସନ୍ ନାଇକ , ସତ୍ୟଜିତ୍ ଦିଗାଲ , ପ୍ରୀନ୍ କୁମାର ନାଇକ , ସୁରେନ୍ଦ୍ର ମଲିକ ଓ ପରିଷଦର ସମସ୍ତ ସଦସ୍ୟମାନେ ସାମିଲ୍ ହୋଇଥିଲେ ।

 

LEAVE A REPLY

Please enter your comment!
Please enter your name here