ଫୁଲବାଣୀ ( ସନ୍ତୋଷ ମିଶ୍ର ) : ଜନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଳକ ଅନ୍ତର୍ଗତ ସୋନପୁର ପଂଚାୟତର ହାତୀମୁଣ୍ଡା ଡାହୁ ଗ୍ରାମର ଉସôବ ପ୍ରଧାନଙ୍କ ଗୋଟିଏ ଅଢେଇ ବର୍ଷର ଶିଶୁ କନ୍ୟା ସାନୁଲୁକାର ଶରୀରର ବିଭିନ୍ନ ଯାଗାରେ ଥିବା ୨୮ ଯାଗାର ହାଡ ଭାଙ୍ଗିଯାଇଛି । ତାକୁ ଧରୁଧରୁ ତାର ଶରୀରର ହାଡ ସବୁ ଭାଙ୍ଗି ଯାଉଛି । ଗତ ୨୦୧୮ ମସିହା ମାର୍ଚ୍ଚ ମାସ ୨ ତାରିଖରେ ଦାରିଙ୍ଗବାଡି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ତାର ଜନ୍ମ ହୋଇଥିଲା । ଗତ କିଛି ଦିନ ହେଲା ତାକୁ ଧରିଲେ ତାର ଶରୀରର ବିଭିନ୍ନ ଯାଗାରେ ଥିବା ହାଡ ସବୁ ଭାଙ୍ଗିଯାଉଛି ।

ତାକୁ ଫୁଲବାଣୀରେ ଜିଲ୍ଲା ମୂଖ୍ୟ ଚିକିସôାଳୟକୁ ଆଣି ଡାକ୍ତରଙ୍କୁ ଦେଖା ତାର ଏକ୍ସରେ କରା ଯିବାରୁ ତାର ସରୀରର ୨୮ ଟି ଯାଗାର ହାଡ ଭାଙ୍ଗି ଯାଇଥିବା ଜଣାପଡିଲା । ଡାକ୍ତର ତାର ଚିକିସôା ପାଇଁ ତାକୁ କଟକ ନେବା ପାଇଁ କହିଛନ୍ତି । ହେଲେ ସାନୁଲୁକାର ବାପା ଉସôବ ପ୍ରଧାନଙ୍କର ଆର୍ଥିକ ଅବସ୍ଥା ଭଲ ନଥିବାରୁ ତାକୁ ସେ କଟକ କିମ୍ବା ଅନ୍ୟ କେଉଁଠାରେ ନେଇ ଝିଅର ଚିକିତ୍ସ୍ୟା କରାଇବାରେ ଅସମର୍ଥ ଥିବା କହିଛନ୍ତି ଉସôବ ।

ତେବେ ଅଢେଇ ବର୍ଷର ଝିଅ ସାନୁଲୁକାର ଶରୀରର ବିଭିନ୍ନ ଯାଗାରେ ହାଡ ଭାଙ୍ଗିଥିବାରୁ ତାକୁ ବହୁତ କଷ୍ଟ ହେଉଛି ଏବଂ ସେ ଚାଲିବା ବୁଲିବା କଷ୍ଟ ହେବା ସହ ଯନ୍ତ୍ରଣାରେ ଛଟପଟ ହେଉଛି ବୋଲି ତାର ବାପା କହିଛନ୍ତି । ସାନୁଲୁକାର ଚିକିସôା ପାଇଁ ସରକାରୀ ସହାୟତା ପ୍ରଦାନ କରାଗଲେ ସେ ତାର ଚିକିସôା କରାଇବାରେ ସମର୍ଥ ହେବେ ବୋଲି ଗ୍ରାମାବାସୀ ମାନଙ୍କ ସହିତ ତାଙ୍କ ପରିବାର ଲୋକେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here