ଫୁଲବାଣୀ ( ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲାର ଯୁବ ସଂଗଠନ ୟୁଥ୍ ଅଫ କନ୍ଧମାଳ ତରଫରୁ ଭାଗିରଥି ବେହେରାଙ୍କ ଚିକିସôା ନିମନ୍ତେ ୧୦,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଅନୁଷ୍ଠାନର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ଅବଦାନ ଅତୁଳନୀୟ । ରକ୍ତ ଭଣ୍ଡାରରେ ରୋଗୀକୁ ରକ୍ତର ଆବଶ୍ୟକ ପଡିଲେ. ମେଡିକାଲ କ୍ଷେତ୍ରରେ ଜରୁରୀକାଳୀନ ସେବା ଯୋଗାଇ ଦେବାରେ କିମ୍ବା କୌଣସି ଜାଗାରେ ଦୁର୍ଘଟଣା ଘଟିଲେ ଯଦି ତାଙ୍କ ନଜରକୁ ଆସେ ତେବେ ସେ ଯାଇ ସେଠାରେ ବିନା ଦ୍ୱିଧାରେ ହାଜର ହୁଅନ୍ତି । ।

କନ୍ଧମାଳ ଜିଲ୍ଳା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ସୁଡୃକୁମ୍ପା ପଂଚାୟତ ର ନେଡିଗୁଡା ଗ୍ରାମର କୁଞ୍ଜବିହାରୀ ବେହେରା ପକ୍ଷାଘାତ ରୋଗରେ ଚାରି ବର୍ଷ ପୁର୍ବେ ଆକ୍ରାନ୍ତ ହେବାରୁ ତାଙ୍କର ଗୋଡ ହାତ କାମ ନକରିବାରୁ ସେ ଅର୍କମଣ୍ୟ ହୋଇଯାଇଥିଲେ ଓ ବଡ ପୁଅ ଭାଗୀରଥିଙ୍କ ୨ ବର୍ଷ ତଳେ ପାଟିରେ ଘା ହୋଇଥିଲା । ପରେ ପରୀକ୍ଷା କରିବାରୁ କର୍କଟ ହୋଇଥିବା ଜଣାପଡିଲା । ଗାଲ ବାହାର ପଟରୁ ଗର୍ତ ହୋଇ ମୁଣ୍ଡ ପର୍ଯ୍ୟନ୍ତ ନଷ୍ଟ ହୋଇଗଲାଣି । ବଡ ବୋହୁ ଓ ତାଙ୍କର ବର୍ଷକର ଝିଅ,ସାନ ପୁଅ ଶଯ୍ୟାଶାୟୀ ।

ବାପା ପୁଅଙ୍କୁ ନେଇ ୬ ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର ହୋଇପଡିଛି । ସରକାରୀ ସହାୟତା କହିଲେ କୁଞ୍ଜବିହାରୀ ଓ ମୁଳାବତୀଙ୍କ ବାର୍ଦ୍ଧକ୍ୟ ଭତା ଏବଂ ରାଶନ କାର୍ଡରେ ୨୫କେଜି ଚାଉଳ । ଏପରି ପରିସ୍ଥିତିରେ ୟୁଥ୍ ଅଫ କନ୍ଧମାଳ ସହାୟାତର ହାତ ବଢ଼ାଇବାକୁ ଯାଇ ତାଙ୍କ ପରିବାରକୁ ଦଶ ହଜାର ଟଙ୍କାର ଅର୍ଥିକ ସହାୟତା ପ୍ରଦାନ କରିଛି । ଏହି ଅବସରରେ ଅଂଶୁମାନଙ୍କ ସମେତ ଆଶୁତୋଶ ସାହୁ,କେ ତପନ କୁମାର ସୁବୁଦ୍ଧି,ଅନନ୍ୟା ମିଶ୍ର ଓ ଇଶାନୀ ଭୋଇ ପ୍ରମୁଖ ଅନୁଷ୍ଠାନର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here