ଫୁଲବାଣୀ  : ଦିର୍ଘ ଦିନପରେ ବିଭିନ୍ନ ଗଣ ମାଧ୍ୟମରେ ପ୍ରସାର ହେବାପରେ କନ୍ଧମାଳ ଜିଲ୍ଲା କ.ନୁଆଗାଁ ବ୍ଳକର ବଣ୍ଡଗୁଡା ଗ୍ରାମର କୃଷ୍ଣଚନ୍ଦ୍ର ନାୟକଙ୍କୁ ମିଳିଲା ସରକାରୀ ସହାୟତା । ତାଙ୍କର ଘରଟି ଗତ କିଛି ଦିନ ପୁର୍ବେ ହୋଇଥିବା ଲଘୁଚାପ ବର୍ଷାରେ ଭାଙ୍ଗି ଯାଇଥିଲା । ଫଳରେ ସେ ଏବଂ ତାଙ୍କ ପରିବାର ଲୋକେ ଗୋଟିଏ ପଲିଥିନ ତଳେ ଆଜି ପର୍ଯ୍ୟନ୍ତ ରହି ଆସୁଥିଲେ ।

ଏହି ସଂକ୍ରାନ୍ତରେ ବିଭିନ୍ନଖବର କାଗଜ ଓ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଜିଲ୍ଲା ପ୍ରଶାସନ ତରଫରୁ କୃଷ୍ଣଚନ୍ଦ୍ରଙ୍କୁ ଜିଲ୍ଲା ପ୍ରଶାସନ ତରଫୁ କ.ନୁଆଗାଁ ତହସିଲଦାର ଶଶାଙ୍କ ଶେଖର ପାତ୍ର କୃଷ୍ଣଚନ୍ଦ୍ରଙ୍କ ପରିବାର ନିକଟରେ ପହଂଚି ତାଙ୍କୁ (୧,୦୫,୭୦୦/-)ଏକ ଲକ୍ଷ ପାଂଚ ହଜାର ସାତ ଶହ ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି । ପ୍ରଶାସନର ଏହି ସହାୟତାରେ ସେହି ଅଂଚଳରେ ଏବଂ କୃଷ୍ଣଚନ୍ଦ୍ରଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here