ଫୁଲବାଣୀ ( ସନ୍ତୋଷ ମିଶ୍ର ) : ଶନିବାର ଦିନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ କଳା ଓ ଧନ୍ଦାମୁଳକ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି । ସମଗ୍ର ରାଜ୍ୟରେ କଳାରେ ପାସ ହାର ୬୭.୫୬% ଥିବା ବେଳେ ଧନ୍ଦାମୁଳକରେ ୫୭% ରୁ ସାମାନ୍ୟ ଉର୍ଦ୍ଧ ରହିଛି ।ସେହିପରି ଜିଲ୍ଲାରେ ପାସ ହାର କଳାରେ ୬୪% ଥିବାବେଳେ ଧନ୍ଦାମୁଳକରେ ୭୨% ଥିବା ବ୍ରହ୍ମପୁର ଆଂଚଳିକ  କାର୍ଯ୍ୟଳୟରୁ ସୁଚନା ମିଳିଛି । ସମଗ୍ର ଜିଲ୍ଳାରେ କଳା ବିଭାଗରେ ପରୀକ୍ଷା ଦେଇଥିବା ୫୩୭୨ ଜଣ ପରିକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୩୪୩୬ ଜଣ ପାସ କରିଛନ୍ତି ।ସେହିପରି ଜିଲ୍ଲାରେ ଧନ୍ଦାମୁଳକ ପରିକ୍ଷାରେ ୧୪୮ଜଣ ପରିକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୭ ଜଣ ପାସ କରିଛନ୍ତି ।

ଫୁଲବାଣୀ ସରକାରୀ ଯୁନିୟର ମହାବିଦ୍ୟାଳୟ ଯୁକ୍ତ ଦୁଇ କଳା ପରିକ୍ଷାରେ ୭୫ ପ୍ରତିଶତ ରହିଥିବା ବେଳେ ସରକାରୀ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟରପରିକ୍ଷାଫଳ ୭୭.୪୫% ରହିଛି । ମୋଟ ୨୭୫ ଜଣ ପରିକ୍ଷାର୍ଥୀ ପରିକ୍ଷା ଦେଇଥିବା ବେଳେ ୨୧୩ ଜଣ ପାସ କରିଛନ୍ତି ଏବଂ ୬୨ ଜଣ ଫେଲ ହୋଇଛନ୍ତି । ସେଥି ମଧ୍ୟରେ ୨୭ ଜଣ ପ୍ରଥମ ଶ୍ରେଣୀରେ ,୪୧ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୧୩୩ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି । ସର୍ବାଧିକ ୪୫୪ ନମ୍ବର ଶ୍ମୃତୁଶିଖା ପ୍ରଧାନ ମହାବିଦ୍ୟାଳୟର ଟପ୍ପର ହୋଇଛନ୍ତି ବୋଲି  ଅଧ୍ୟକ୍ଷ ତୁନୁଜା ସିଂ ସୁଚନା ଦେଇଛନ୍ତି ।

ସେହିପରି ଫୁଲବାଣୀ ସରକାରୀ ଯୁନିୟର ମହାବିଦ୍ୟାଳୟରେ ମୋଟ ପରିକ୍ଷାର୍ଥୀ ୪୪୭ ପରିକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୩୩୫ ଜଣ ପାସକରିଛନ୍ତି ।୧୦୦ ଜଣ ପ୍ରଥମ ଶ୍ରେଣୀରେ ପାସକରିଥିବା ବେଳେ ୬୭ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୧୬୮ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି । ସର୍ବାଧିକ ୫୦୭ ନମ୍ବର ରଖି ଉମେଶ ରାଉତ ମହାବିଦ୍ୟାଳୟରେ ଟପ୍ପର ହୋଇଛନ୍ତି  ବୋଲି କଲେଜ ତରଫରୁ ସୁଚନା ମିଳିଛି । ସେହିପରି ଧନ୍ଦାମୁଳକ କଳା ପରିକ୍ଷାରେ ୧୬ଜଣ ପରିକ୍ଷା ଦେଇଥିବା ବେଳେ ସମସ୍ତେ ପାସ୍ କରିଛନ୍ତି ।

୨ଜଣ ପ୍ରଥମ ଶ୍ରେଣୀରେ,୮ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୬ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି ।ଜ୍ଞାନେନ୍ଦ୍ର ଦାସ ୩୯୮ ନମ୍ବର ରଖି ବିଭାଗର ଟପ୍ପର ହୋଇଛନ୍ତି ।ସେହିପରି ଧନ୍ଦାମୁଳକ ବାଣିଯ୍ୟ ପରିକ୍ଷାରେ ୧୬ ଜଣ ପରିକ୍ଷାର୍ଥୀ ମଧ୍ୟରୁ ୧୨ ଜଣ ପାସ କରିଥିବାବେଳେ ୪ ଜଣ ଫେଲ ହୋଇଛନ୍ତି । ପାସ ମଧ୍ୟରୁ ୫ଜଣ ପ୍ରଥମରେ ,ଦ୍ୱିତୀୟ ଶ୍ରେଣୀରେ ୩ଜଣ ଓ ତୃତୀୟ ଶ୍ରେଣୀରେ ୪ଜଣ ପାସ କରିଛନ୍ତି । ଏହି ବଭାଗରେ ସର୍ବଧିକ ୪୭୫ ନମ୍ବର ରଖି ଭାଗ୍ୟଶ୍ରୀ ପୃଷ୍ଟି ଟପ୍ପର ହୋଇଛନ୍ତି ବୋଲି ପ୍ରାଧ୍ୟାପକ ଜ୍ୟୋତି ପ୍ରକାଶ ସୁଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here