ଫୁଲବାଣୀ( ସନ୍ତୋଷ ମିଶ୍ର ) : ପୁର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ସ୍ଥାନୀୟ ନେତାଜୀ କ୍ଳବ ଠାରେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ୨ ମିନଟ୍ ନୀରବ ପ୍ରାର୍ଥନା କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଦୀର୍ଘ ବିର୍ଷ ଧରି ପ୍ରଣବ ମୁର୍ଖାଜୀ କଂଗ୍ରେସ ଦଳରେ ରହି ଅନେକ ଥର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । କେନ୍ଦ୍ରରେ କଂଗ୍ରେସ ସରକାର ଥିବାବେଳେ ଅର୍ଥ ବିଭାଗ,ବୈଦେଶିକ ବିଭାଗ,ପ୍ରତିରକ୍ଷା ବିଭାଗର ଦାୟିତ୍ୱ ନିଷ୍ଟାପର ଭାବେ ପରିଚାଳନା କରିଥିଲେ ।

ପ୍ରଣବ ମୁଖାର୍ଜୀ ଅନେକ ପୁସ୍ତକ ରଚନା କରିଛନ୍ତି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ ପାଢ଼ୀଙ୍କ ସଭାପତିତ୍ୱରେ ଏକ ସ୍ମୃତି ଚାରଣ ସଭାର ଆୟୋଜନ ହୋଇଥିଲା । ଏଥିରେ “ଭାରତ ନିର୍ମାଣରେ କଂଗ୍ରେସର ଅବଦାନ” ଅନ୍ୟତମ ବୋଲି କନ୍ଧମାଳର ପୁର୍ବତନ ସାଂସଦ ରାଧାକାନ୍ତ ଦିଗାଲ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଆଇନଜୀବି ଚନ୍ଦ୍ରଶେଖର ପରିଡ଼ା,ପୁର୍ବତନ କାଉନସିଲର ସୁର୍ଯ୍ୟକାନ୍ତ ଦାସ,ସଞ୍ଜୟ ଭଞ୍ଜ,ସଂସାର ଭୋଇ,ରବିନ୍ଦ୍ର ଷଡ଼ଙ୍ଗୀ,ଅଶୋକ ସାହାଣୀ,ସାମ୍ବାଦିକ ବଳଦେବ ବେହେରା,ଶିବ ଶଙ୍କର ବେହେରା, ଗୌର ଚରଣ ବେହେରା,ପ୍ରେମଚାନ୍ଦ ତି୍ରପାଠୀ ପ୍ରମୁଖ ଉପସ୍ଥିତ ରହି ଥିଲେ ।

ପରେ କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ ପାଢ଼ୀଙ୍କ ନେତୃତ୍ୱରେ ଉପରୋକ୍ତ ସଦସ୍ୟମାନେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ଦେଇଥିଲେ । ମହାମାରୀ ଶଙ୍କଟ ସମୟରେ ଫୁଲବାଣୀ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ମଶାନରେ ଶବଦାହ କରିବାପାଇଁ କାଠର ଘୋର ଅଭାବ ରହିଛି । ସେଥିପାଇଁ ଫୁଲବାଣୀରେ ଥିବା ଫରେଷ୍ଟ କର୍ପୋରେସନର ଡିପୋରେ କାଠ ନଥିବାରୁ ଲୋକେ ଦିନ ଏବଂ ରାତ୍ରିବେଳେ ଶବ ସଂସ୍କାର କରିବାପାଇଁ କାଠ ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ଶାନ୍ତି ବଜାୟ ରଖିବା ଏବଂ ମାନବ ଅଧିକାରର ଗାଇଡ ଲାଇନ ସହିତ ମୃତ ଶରୀରକୁ ସମ୍ମାନ ଦେବା ପାଇଁ ମୃତ ଦେହକୁ ଶବଦାହ ପାଇଁ ଫୁଲବାଣୀରେ ଏକ ବୈଦୁତିକ ଶବଦାହ ଚୁଲ୍ଲା ସ୍ଥାପନ କରିବାକୁ ଅନୁରୋଧ କରାଯାଇଛି । ଯେହେତୁ ଏହା ଜନସାଧାରଣଙ୍କ ସ୍ୱାର୍ଥ ଏବଂ ପରିବେଷର ସ୍ୱଛତା ଦୃଷ୍ଟିରୁ ଏହି କାର୍ଯ୍ୟ କଲେ ଜିଲ୍ଲାରେ ଥିବା ବୃକ୍ଷ ମଧ୍ୟ ନଷ୍ଟ ହେବାରୁ ବଂଚି ଯିବ । ଏଥି ସହିତ ରାସ୍ତାରେ ବୁଲୁଥିବା ଗାଇ ଗୋରୁ ଓ କୁକୁର ମାନଙ୍କ ଯତ୍ନ ନେବାପାଇଁ ଏକ ସ୍ଥାୟୀ କେନ୍ଦ୍ର ଯୋଗାଇଦେବା ପାଇଁ ଅନୁରୋଧ କରାଯାଇଛି ।

ରାସ୍ତାରେ ଗାଇ ଗୋରୁ ଓ କୁକୁର ଗତିବିଧି ଯୋଗଁ ଅନେକ ଦୁର୍ଘଟଣା ଘଟିୁଛି । ଏଠାରେ ଉଳ୍ଲେଖ ଯୋଗ୍ୟଯେ ଆଗରୁ ବିଚାରପତି ସ୍ଥାୟୀ ଲୋକ ଅଦାଲତ ଫୁଲବାଣୀ ମଧ୍ୟ ଏହି ପ୍ରସଙ୍ଗରେ ପ୍ରଶାସନକୁ ନିଦେ୍ର୍ଦଶ ଦେଇଛନ୍ତି । ତେଣୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଏହି ଦିଗରେ ଉପଯୁକ୍ତ ପଦକ୍ଷେପ ନେବା ଉଚିତ । ଆହୁରି ମଧ୍ୟ ଟାଉନ ଅଂଚଳରେ ଡ୍ରେନ ଜଳର ପ୍ରବାହ ସାଲୁଙ୍କୀ ନଦୀରେ ପ୍ରବାହିତ ବର୍ଜ୍ୟବସ୍ତୁ ଯାଂଚ ଓ ଏକ ସ୍ଥାୟୀ ସମାଧାନ ଖୋଜିବା ପାଇଁ ଉଲ୍ଲେଖ ରହିଛି ।

ଏଥି ସହିତ ପ୍ରତିବର୍ଷ ସାଲୁଙ୍କୀ ନଦୀରେ ବର୍ଷା ଋତୁରେ ଫୁଲବାଣୀରେ ଥିବା ସାଲୁଙ୍କୀ ନଦୀରେ ପଟୁ ଜମୁଛି ତେଣୁ ନଦୀର ଗଭୀରତା ବଜାୟ ରଖି ନଦୀ ବାଲି ସଫା ରଖିବା ଓ ତାର ସୁରକ୍ଷା ପାଇଁ ନଦୀକୁଳ ନଖାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବୀ କରିଛି କନ୍ଧମାଳ ଯୁବ କଂଗ୍ରେସ । ଆଗାମୀ ଏକ ମାସ ମଧ୍ୟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଉପରୋକ୍ତ ଦାବି ଉପସ୍ଥାପନ କରିଛନ୍ତି । ଯଦି କାର୍ଯ୍ୟକାରୀ ନହୁଏ ତାପରବର୍ତୀ ମୁହର୍ତରେ ଯୁବ କଂଗ୍ରେସ କନ୍ଧମାଳ ଆନେ୍ଦାଳନ ଆକାରରେ ବିରୋଧ କରିବ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here