ଫୁଲବାଣୀ ( ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲାର ଖାଉଟି ପରାମର୍ଶ କେନ୍ଦ୍ର ଜିଲ୍ଲାର ଲୋକଙ୍କର ବିଭିନ୍ନ ଖାଉଟି ସମସ୍ୟା ଜନିତ ଅଭିଯୋଗ ଗୁଡିକର ଆପୋଷ ସମାଧାନ କରାଇବା ଓ ଅଭିଯୋଗକାରୀ ମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ସିଦ୍ଧହସ୍ତ । ତେଣୁ ପରାମର୍ଶଦାତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ସାହୁଙ୍କୁ ଅଭିଯୋଗକାରୀ ମାନେ ସାଧୁବାଦ ଜଣାଇଛନ୍ତି ।

ଶ୍ରୀ ଗଣେଶ୍ୱର ମଲ୍ଲିକ ପି.ଆନନେ୍ଦଶ୍ୱର ମଲ୍ଳିକ ନେଡିପାଜୁ,କୁସୁମେଣ୍ଡି ଚକାପାଦ ବ୍ଳକର କାର୍ଯ୍ୟାଦେଶ ସଂଖ୍ୟା୧୫୦୯ ୦୧/୦୮/୨୦୧୪ ଅନୁଯାୟୀ ଇନ୍ଦିରା ଆବାସ ଯୋଜନାରେ ବିଭାଗୀୟ କାର୍ଯ୍ୟାଳୟରୁ କାର୍ଯ୍ୟାଦେଶ ପାଇ ଘର ତିଆରି କରିଥିଲେ । ସେଥିପାଇଁ ସେ ପ୍ରଥମ ପର୍ଯ୍ୟାୟରେ  ୧୫ ହଜାର ଟଙ୍କା ଘର ତିଆରି ବାବଦକୁ ପାଇଥିଲେ । ଅବଶିଷ୍ଟ ଷାଠିଏ ହଜାର ଟଙ୍କା ସେ ପାଇ ନଥିଲେ ।  ବାରମ୍ବାର ଅଫିସକୁ ଦୌଡିବାପରେ ମଧ୍ୟ ସେ ତାଙ୍କର ପ୍ରାପ୍ୟ ନ ପାଇବାରୁ  ସେ ବ୍ୟାକ୍ତି ବାରମ୍ବାର ବ୍ଳକକୁ ଯାଇ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ । ସେଥିପାଇଁ ସେ ହୀତାଧିକାରୀ ଜଣକ  ୧୧/୩/୧୯ ରେ ଖାଉଟି ପରାମର୍ଶ କେନ୍ଦ୍ର କନ୍ଧମାଳ ଠାରେ ଲିଖିତ ଅଭିଯୋଗ କରିଥିଲେ ।

ଏନେଇ ୧.୨୬/୧୯ ଅନୁଯାୟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଖାଉଟି ପରାମର୍ଶ କେନ୍ଦ୍ର ଏକ ନୋଟିସ ଜରିଆରେ ସୁଚନା ଦେବାପରେ  ପରେ ହୀତାଧିକାରୀଙ୍କୁ  ୧୨/୮/୨୦ରେ ଷ୍ଟେଟ ବ୍ୟଙ୍କ ଅଫ ଇଣ୍ଡିଆରେ ଥିବା ତାଙ୍କର ବ୍ୟାଙ୍କ ଖାତାକୁ  ଷାଠିଏ ହଜାର ଟଙ୍କା ବିଭାଗ ତରଫରୁ ପଠାଯାଇଥିଲା । ସେହିପରି ଅନ୍ୟ ଏକ ମାମଲାରେ ଅନୁପ କୁମାର ପ୍ରଧାନ,ମାଷ୍ଟ୍ରପଡ଼ା ଫୁଲବାଣୀ ନୟାଗଡ଼ ସ୍ଥିତ ରାହୁଲ ଅଟୋମୋବାଇଲସ ଶୋରୁମରୁ ୧୪/୧୨/୨୦୧୯ରେ ଏକ ବୁଲେଟ୍ ମୋଟରସାଇକଲ  ଏକ ଲକ୍ଷ ଚଉଷଠି ହଜାର ଆଠ ଶହ ଚଉରାନବେ ଟଙ୍କା ମୁଲ୍ୟରେ  କିଣିଥିଲେ ସେ ଗାଡିର ମୁଲ୍ୟ ସମେତ ଶୋରୁମ କର୍ତୃପକ୍ଷଙ୍କୁ ଗାଡିର ରେଜିଷ୍ଟ୍ରେସନ ପାଇଁ ମଧ୍ୟ ଟଙ୍କା ଦେଇଥିଲେ  ।

ହେଲେ ତାଙ୍କୁ ଦୁଇ ମାସ ପର୍ଯ୍ୟନ୍ତ ଉକ୍ତ ଗାଡିର ରେଜଷ୍ଟ୍ରେସନ କରାଇ ତାଙ୍କୁ ଗାଡିର କଗଜପତ୍ର ଦେଇନଥିଲେ ଶୋରୁମର ମାଲିକା ଶୋରୁମକୁ ବାରମ୍ବାର ଜଣାଇ ମଧ୍ୟ ସେ କୌଣସି ସୁଫଳ ହୋଇ ପାଇନଥିଲେ  । ସେ ବାଧ୍ୟ ହୋଇ ୧୮/୨/୨୦ରେ ଫୁଲବାଣୀ ଖାଉଟି ପରାମର୍ଶ କେନ୍ଦ୍ରରେ ଲିଖିତ ଅଭିଯୋଗ କରିଥିଲେ । ଖାଉଟି ପରାମର୍ଶ କେନ୍ଦ୍ର ତରଫରୁ ଏକ କେସ୍ ନଂ ୩୭/୨୦ ରୁଜ୍ଜୁ କରାଯିବା ସହିତ ଉକ୍ତ ଶୋରୁମକୁ ଏକ  ନୋଟିସ ପଠାଯାଇଥିଲା ।

ଫଳରେ ଗତ  ୩୦/୬/୨୦ ରେ ଅଭିଯୋଗକାରୀଙ୍କୁ ଶୋରୁମର ମାଲିକ ତାଙ୍କର ଗାଡିର ରେଜିଷ୍ଟ୍ରେସନ ସମେତ ଗାଡିର ନମ୍ବର ଓଡି-୨୫-କେ-୦୪୧୫ ପଠେଇଥିଲେ ସମ୍ପୃକ୍ତ ଶୋରୁମର ମାଲିକ । ସେହିପରି ଅନ୍ୟ ଏକ ମାମଲା ଶ୍ରୀ ଦେବାଶିସ ସାହାଣୀ ପଣ୍ଡରାବଡି ଖଜୁରୀପଡ଼ା ବ୍ଳକ ୧୬/୬/୨୦ରେ କେରିକ୍ସ ରିଟେଇଲ ସଲୁ୍ୟସନ ପ୍ରାଇଭେଟ ଲିମିଟେଡ, ନିଉଦିଲ୍ଲୀଙ୍କ ଠାରୁ ଅନ ଲାଇନ ସପିଙ୍ଗ୍ ଜରିଆରେ  ଏକ ଡୋ୍ରନ୍ କ୍ୟାମରେ ସେଟ ମଗାଇଥିଲେ କିନ୍ତୁ ତାଙ୍କ ପାକକୁ ଆସିଥିବା ପାର୍ସଲରେ ଡୋ୍ରନ୍ କ୍ୟାମରା ବଦଳରେ ଚପଲର ଏକ ସୋଲ ଆସିଥିଲା ଉକ୍ତ ବ୍ୟକ୍ତି ଜିନିଷଟିକୁ ଗ୍ରହଣ ନକରି ସଙ୍ଗେ ସଙ୍ଗେ ଫେରେଇ ଦେବା ସହ ଦେଇଥିବା ଡୋଜ୍ଞନ୍ କ୍ୟାମେରାର ଟଙ୍କାକୁ  ଫେରସ୍ତ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ । କିନ୍ତୁ କମ୍ପାନୀ ଟଙ୍କା ଫେରସ୍ତ ନଦେଇ ହଇରାଣ କରୁଥିଲେ ।

ତେଣୁ ବ୍ୟକ୍ତିଜଣକ  ଫୁଲବାଣୀ ଖାଉଟି ପରାମର୍ଶ କେନ୍ଦ୍ର ଠାରେ ଲିଖିତ ଅଭିଯୋଗ  କରିଥିଲେ । ଖାଉଟି ପରାମର୍ଶ କେନ୍ଦ୍ର ଅଭିଯୋଗ ଅନୁସାରେ ଏକ  କେସ ୮୬/୨୦ ରଜୁ କରି ୨/୭/୨୦କମ୍ପାନୀ କୁ ନୋଟିସ କରିଥିଲା  । ପରବର୍ତି ମୁହର୍ତରେ କମ୍ପାନୀ ସେହି ବ୍ୟକ୍ତିଙ୍କୁ ସମସ୍ତ ଟଙ୍କା ୧/୯/୨୦ରେ ନେଟ୍ ବେଙ୍କିଙ୍ଗ ଜରିଆରେ  ଫେରସ୍ତ କରିଥିଲେ । ତେଣୁ ଖାଉଟି ମାନଙ୍କୁ ସତର୍କ ରହିବାସହିତ ଯେ କୌଣସି ଖାଉଟି ସମ୍ପର୍କିତ ମାମଲାର ସମାଧାନ କନ୍ଧମାଳ ଖାଉଟି ସମାଧାନ କେନ୍ଦ୍ର ଜରିଆରେ ହୋଇପାରିବ ବୋଲି ଖାଉଟି ସମାଧାନ କେନ୍ଦ୍ର ତରଫରୁ କୁହାଯାଇଛି ।

 

LEAVE A REPLY

Please enter your comment!
Please enter your name here