ଫୁଲବାଣୀ (ସନ୍ତୋଷ ମିଶ୍ର ) : କନ୍ଧମାଳ, ଜିଲ୍ଲା କୋଟଗଡରେ ଜଣେ ମାନସିକ ବିକୃତ ବ୍ୟକ୍ତି ଏକ ୫୦ ଫୁଟ ଉଚ୍ଚର ଏକ ପାଣି ଟାଙ୍କିକୁ ଚଢିବା ସହିତ ଉପରୁ ଡ଼େଇଁବା ପାଇଁ ଉଦ୍ୟମ କରିଥିଲେ ।

ଲୋକଙ୍କ ଠାରୁ ଖବର ପାଇ କୋଟଗଡ଼ ଦମକାଳ ବାହିନି ଘଟଣା ସ୍ଥଳରେ ପହଁଚି ଉକ୍ତ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିକୁ ଉଦ୍ଧାର କରିଛନ୍ତି । ତାଙ୍କ ବୟସ ପ୍ରାୟ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ତେବେ ତାଙ୍କର ନାମ କିମ୍ବା ଅନ୍ୟ କୌଣସି ଠିକଣା ଜଣାପଡ଼ି ନାହିଁ । ଘଟଣା ଘଟିଛି କନ୍ଧମାଳ ଜିଲା କୋଟଗଡ଼ ବ୍ଳକର ଜୁବାଗୁଡ଼ା ପଂଚାୟତରେ ।

ଖବର ପ୍ରକାରେ , ଆଜି ମଧ୍ୟାହ୍ନ ପ୍ରାୟ ୧୧ଟା ସମୟରେ ଅଠାତ୍ ଜଣେ ମାନସିକ ବିକୃତ ଯୁବକ ଉକ୍ତ ପାଣିଟାଙ୍କି ନିକଟକୁ ଯାଇ ତାଉପରେ ଚଢି ଯାଇଥିଲା । ତେବେ ଦେଖୁ ଦେଖୁ ଯୁବକ ଜଣକ ଉକ୍ତ ୫୦ଫୁଟ ଉପରକୁ ଚଢିଯାଇ ଡ଼େଇଁ ପଡ଼ିବା ପାଇଁ ଉଦ୍ୟମ କରିଥିଲା । ଏଥିରେ ଗ୍ରାମବାସୀ ହସ୍ତକ୍ଷେପ କରିବା ପରେ ଯୁବକ ଜଣକ ୫୦ଫୁଟ ଉଚରେ ଥିବା ପାଣିଟାଙ୍କିକୁ ଡ଼େଇଁ ପଡ଼ିଥିଲା ।

ସଙ୍ଗେ ସଙ୍ଗେ ଗ୍ରାମବାସୀ ମାନେ କୋଟଗଡ଼ ଦମକଳ ବାହିନିକୁ ଡ଼ାକିବା ପରେ ଦମକଳ ବାହିନି ଦଳ ସେଠାର ପହଁଚି ପ୍ରାୟ ୧ ଘଣ୍ଟା ଉଦ୍ୟମ ପରେ ବିକୃତ ମାନସିକ ବ୍ୟକ୍ତିକୁ ସୁରକ୍ଷିତ ଭାବେ ଉଦ୍ଦାର କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here