ଧାମନଗର (Basudev Tripathy) : ମହାବାତ୍ୟା ଅମ୍ପାନର ଭୟାବହତାକୁ ଆକଳନ କରି ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବାବେଳେ ଏହାର ସଫଳ ମୁକାବିଲା କରିବାପାଇଁ ପ୍ରଶାସନ ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିବା ଜଣାଯାଇଛି । ବଙ୍ଗୋପ ସାଗରରେ ସୃଷ୍ଟ ମହାବାତ୍ୟା ଅମ୍ପାନ ଭିଷଣ ରୂପ ଧାରଣ କରି ସ୍ଥଳଭାଗ ଆଡ଼କୁ ମୁହାଁଉ ଥିବାବେଳେ ବୁଧବାର ଅପରାହ୍ନରେ ଏହା ସୁନ୍ଦରବନ ଷ୍ପର୍ଶ କରିବବୋଲି ଆକଳନ କରାଯାଇଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ମଧ୍ୟ ପ୍ରଭାବିତ ହେବ ।

ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ବାତ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିବାବେଳେ ଧାମନଗର ବ୍ଲକର ଚୁଡ଼ାକୁଟି, ପଧାନି, କାସିମପୁର, ସୋହଡ଼ା ଆଦି ପଞ୍ଚାୟତର ସତାଧିକ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳିକୁ ସ୍ଥାନାନ୍ତର କରାଯାଇଥିବା ବିଡ଼ିଓ ଦୁର୍ଗାଚରଣ ମୁର୍ମୁ ସୂଚନା ଦେଇଛନ୍ତି । ସେହିପରି ଧାମନଗର ଏନ୍ଏସି ଅଞ୍ଚଳରେ କଚ୍ଚା ଘରେ ଥିବା ବ୍ୟକ୍ତିଙ୍କୁ ଧାମନଗର ବାଳିକା ଉଚ୍ଚ ବିଦ୍ୟାଳୟ, କାଙ୍କରା ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ, ଅନନ୍ତ କେଶରୀ ନୋଡ଼ାଲ ବିଦ୍ୟାଳୟ ଓ ଜୟନଗର ସେବାଶ୍ରମ ବିଦ୍ୟାଳୟରେ ରଖାଯାଇଥିବା ଏନ୍ଏସି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ଧାମନଗର ତହସିଲଦାର ରାଧାକାନ୍ତ ବାରିକ, ଏନ୍ଏସି ନିର୍ବାହୀ ଅଧିକାରୀ ଯତିନ୍ଦ୍ର କୁମାର ମିଶ୍ର, ବ୍ଲକ ସହକାରୀ ଯନ୍ତ୍ରୀ ସଦାନନ୍ଦ ଜେନା ପ୍ରମୁଖ ବାତ୍ୟା ମୁକାବିଲା ପାଇଁ ନୋଡ଼ାଲ ଅଫିସର ଭାବେ କାର୍ଯ୍ୟ କରଛନ୍ତି ବୋଲି ବିଡ଼ିଓ ଶ୍ରୀ ମୁର୍ମୁ ଜଣାଇଛନ୍ତି । ବାତ୍ୟାକୁ ମୁକାବିଲା ଓ ଉଦ୍ଧାର କାର୍ଯ୍ୟରେ ଦମକଳ ବାହିନୀର ଦୁଇଟି ଟିମ୍ ଧାମନଗର ଓ ଧୁଷୁରୀରେ ସଗାଜ ରହିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here