ପଟ୍ଟାମୁଣ୍ଡାଇ :ସମବାୟ ବିଭାଗକୁ ଲୋକାଭିମୁଖୀ କରି କୃଷକ କଲ୍ୟାଣ ପାଇଁ ସମର୍ପିତ କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସମବାୟମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ସହିତ ବିଭାଗରେ ବିରାଟ ପରିବର୍ତନ ଆଣିଛନ୍ତି । ଯାହାଫଳରେ ସମବାୟ ବ୍ୟାଙ୍କ, ମିନି ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତିରୁ ଚାଷୀ, କ୍ଷୁଦ୍ରଚାଷୀ ଓ ନାମମାତ୍ର ଚାଷୀମାନେ ଋଣ ନେଇ କୃଷି ଉତ୍ପାଦନରେ ସହାୟକ ହେବା ସହିତ ନିଜର ଆଥିôର୍କ ସ୍ଥିତି ମଜବୁତ କରିବାରେ ସଫଳ ହୋଇଛନ୍ତି ।

ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଶାସନର ଡୋରୀ ଧରିବା ପୂର୍ବରୁ ବିଗତ ୨୦ ବର୍ଷ ତଳେ ରାଜନୈତିକ ଛତ୍ରଛାୟା ତଳେ ଥିବା ସମବାୟ ବିଭାଗ ସ୍ଥାଣୁ ପାଲଟିବା ସହିତ ବଦନାମର ବୋଝ ମୁଣ୍ଡାଇଥିଲା । ସମବାୟ ବିଭାଗ ଚାଷୀମାନଙ୍କ କଲ୍ୟାଣରେ ଲାଗିବା ପରିବର୍ତେ ରାଜନେତାମାନଙ୍କ ସନ୍ତୁଷ୍ଟିକରଣରେ ସୀମିତ ରହିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାବାତ୍ୟା ପରେ ଧ୍ୱସ୍ତବିଧ୍ୱସ୍ତ ଓଡିଶାର ନବକଳେବର କରିବା ସହିତ ସମବାୟ ବିଭାଗକୁ ଲୋକାଭିମୁଖୀ କରିବା ପାଇଁ ବ୍ୟାପକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବା ସହିତ କୃଷକ କଲ୍ୟାଣ ପାଇଁ ସମର୍ପିତ କରିଥିଲେ ।

ଓଡିଶା ରାଜନୀତିର ପ୍ରାଣକେନ୍ଦ୍ର ଅବିଭକ୍ତ କଟକ ଜିଲ୍ଲାରେ ସମବାୟ ବିଭାଗ ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କକୁ ଲୋଖାଭିମୁଖୀ ଓ କ୍ରୀୟାଶୀଳ କରିବା ପାଇଁ ସମବାୟମନ୍ତ୍ରୀଙ୍କ ସହିତ ସମବାୟ କ୍ଷେତ୍ରରେ ଅଭିଜ୍ଞତା ଓ ପ୍ରତିଷ୍ଠା ଲାଭ କରିଥିବା ରାଜନଗର ବିଧାୟକ ଧ୍ରୁବ ସାହୁ , କଟକ କେନ୍ଦ୍ର ସମବାୟ ବ୍ୟାଙ୍କରେ ପ୍ରାକ୍ତନ ସଭାପତି ବୀରେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରାକ୍ତନ ସଂପାଦକ ସଦାଶୀବ ଷଡଙ୍ଗୀ ପ୍ରମୁଖ ଜୋରସୋର ଲାଗିପଡିଥିଲେ । ଯାହାଫଳରେ ଅବିଭକ୍ତ କଟକ ଜିଲ୍ଲାରେ ସମବାୟ ବିଭାଗ କ୍ରୀୟାଶୀଳ ହେବା ସହିତ ସମବାୟ ବ୍ୟାଙ୍କ ସଶକ୍ତ ହେବାରେ ସଫଳ ହୋଇଛି । କେନ୍ଦ୍ରାପଡା ଜିଲ୍ଲାରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକ ସରକାରଙ୍କ କୃଷକ କଲ୍ୟାଣ ଯୋଜନାକୁ ସଫଳ କରିବା ପାଇଁ ଲାଗିପଡିଥିଲେ । କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ପଟ୍ଟାମୁଣ୍ଡାଇ ଶାଖା ପରିଚାଳକ ଭାବେ ଜୟୀରାମ ଦାଶ ଦାୟିତ୍ୱ ଗ୍ରହଣ କରିବା ପରେ ସରକାରଙ୍କ କୃଷକ କଲ୍ୟାଣ ଯୋଜନା ଗୁଡିକ ସଫଳତାର ସହ କାର୍ଯ୍ୟକାରୀ  କରି କୃଷକମାନଙ୍କ ଆସ୍ଥା ଭାଜନ ହେବାରେ ସଫଳ ହୋଇଛନ୍ତି ।

ଏହି ଶାଖା କୃଷକମାନଙ୍କୁ ଠିକଣା ସମୟରେ ଋଣ ପ୍ରଦାନ, ଋଣ ଆଦାୟ, ଗ୍ରାହକ ସେବା ସର୍ବୋପରି ବ୍ୟବସାୟିକ ସଫଳତା ପାଇଁ ଚଳିତ ବର୍ଷ ଅବିଭକ୍ତ କଟକ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ଦୀର୍ଘଦିନର ସମବାୟ ଆନେ୍ଦାଳନକୁ ସଶକ୍ତ କରିଛି । ଏଥି ପାଇଁ ପଟ୍ଟାମୁଣ୍ଡାଇ ଅଚଂଳର ଚାଷୀ, ସମବାୟ ସମିତି ସଭାପତି, ସଂପାଦକ ଓ ସମବାୟବିତମାନେ ଦକ୍ଷ ସମବାୟ ପରିଚାଳକ ଶ୍ରୀଦାଶଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦୀର୍ଘବର୍ଷ ପରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ପଟ୍ଟାମୁଣ୍ଡାଇ ଶାଖା ପଟ୍ଟାମୁଣ୍ଡାଇ ସମବାୟ ବ୍ୟାଙ୍କ ଅବିଭକ୍ତ କଟକ ଜିଲ୍ଲାରେ ପ୍ରଥମ ହୋଇଥିବାରୁ ସମସ୍ତ ଶ୍ରେୟ ରାଜନଗର ବିଧାୟକ ଧ୍ରୁବ ସାହୁ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ବୀରେନ୍ଦ୍ର ପ୍ରତାପ ସ୍ୱାଇଁ ଓ ସଂପାଦକ ସଦାଶିବ ଷଡଙ୍ଗୀଙ୍କୁ ପ୍ରଦାନ କରିବା ସହିତ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here