ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ କଲେଜ ଅର୍ଥଶାସ୍ତ୍ର ବିଭାଗ ପକ୍ଷରୁ ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ କୋଭି-୧୯ ର ପ୍ରଭାବ ଶୀର୍ଷକ ଏକ ଅନ ଲାଇନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।

କଲେଜ ଅଧ୍ୟକ୍ଷ ପ୍ରଫେସର ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗର ମୁଖ୍ୟ ସହକାରୀ ପ୍ରଫେସର ପ୍ରଶାନ୍ତ କୁମାର ବେହେରା ମୁଖୟ ଆଲୋଚକ ଭାବେ ଯୋଗ ଦେଇ ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ କୋଭିଡ- ୧୯ ର ପ୍ରଭାବ ଏବଂ ଏହା ଦ୍ୱାରା ଭାରତୀୟ ଅର୍ଥନୀତି ଓ ସାଧାରଣ ଲୋକ କିପରି ପ୍ରଭାବିତ ହେବେ ତାହା ଆଲୋଚନା କରିଥିଲେ ।

ବିଭାଗୀୟ ମୁଖ୍ୟ ଅଧ୍ୟାପକ ପ୍ରଦୁ୍ୟମ୍ନ ପ୍ରଧାନ ସ୍ୱାଗତଭାଷଣ ପ୍ରଦାନ କରିଥିବାବେଳେ ଅଧ୍ୟାପକ ଶୁଭାଶୀଷ ମିଶ୍ର ଅତିଥିପରିଚୟ ପ୍ରଦାନ କରିଥିଲେ । ଏହି ଆଲୋଚନାଚକ୍ରରେ ଶତାଧିକ ଛାତ୍ରଛାତ୍ରୀ ସହ ବହୁସଂଖ୍ୟକ ଅଧ୍ୟାପକ/ ଅଧ୍ୟାପିକା ଅଂଶଗ୍ରହଣ କରିଥିଲେ । ଶେଷରେ ଛାତ୍ର ଅଭିନ୍ନ ସୁନ୍ଦର ପାଢୀ ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here