ପଟ୍ଟାମୁଣ୍ଡାଇ : ଗତକାଲି ପୂର୍ବାହ୍ନ ୧୦ଟା ସମୟରେ ପଟ୍ଟାମୁଣ୍ଡାଇ ରାମ ମନ୍ଦିର ନିକଟ ଡେଲି ମାର୍କେଟରେ ଥିବା ଗାଁ ହୋଟେଲ ରନ୍ଧନାଶାଳାରୁ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ନିଆଁ ଲାଗି ଯିବାରୁ ୨ଟି କ୍ୟାବିନ ପୋଡି ପାଉଁଶ ହୋଇଯାଇଛି । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ସହର କେନ୍ଦ୍ରସ୍ଥଳରେ ଥିବା ରାମ ମନ୍ଦିର ସଂଲଗ୍ନ ଡେଲି ମାର୍କେଟରେ ପ୍ରହରାଜପୁର ଗ୍ରାମର ଗଗନ ବାରିକଙ୍କ ଗାଁ ହୋଟେଲ ନାମରେ ଏକ ହୋଟେଲ ରହିଛି ।

ଏହି ହୋଟେଲର ଦକ୍ଷିଣ ପାଶ୍ୱର୍ରେ ଏକ କ୍ୟାବିନ ମଧ୍ୟରେ ଥିବା ରନ୍ଧନଶାଳାରେ ଗଗନ ଖାଦ୍ୟ ପ୍ରସ୍ତୁତ କରୁଥିବାବେଳେ ଗ୍ୟାସ ସିଲିଣ୍ଡର ଭାଲ୍ଟରୁ ଅଚାନକ ଗ୍ୟାସ ଲୋକ ହୋଇ ସମଗ୍ର କ୍ୟାବିନରେ ନିଆଁ ଲାଗି ଯାଇଥିଲା । ଗଗନ ପ୍ରାଣ ବିକଳରେ ବାହାରକୁ ଦୌଡି ପଳେଇ ଆସିଥିଲେ । ଫଳରେ ଏକ ବଡ ଧରଣର ଦୁର୍ଘଟଣାରୁ ଗଗନ ବର୍ତି ଯାଇଥିଲେ । ଏହି ତିବ୍ରତା ଏତେ ଅଧିକ ଥିଲା ଯେ ନିକଟରେ ଥିବା ପୋଖରୀଆପଡା ଗ୍ରାମର ପରିବା ଦୋକାନୀ ଶତୃଘ୍ନ ନାୟକଙ୍କ କ୍ୟାବିନରେ ମଧ୍ୟ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ୨ଟି ଯାକ କ୍ୟାବିନ ପୋଡି ପାଉଁଶ ହୋଇଯାଇଥିଲା ।

ଏହି ଅଗ୍ନିକାଣ୍ଡ ଘଟଣାକୁ ନେଇ ଡେଲି ମାର୍କେଟରେ ଥିବା ଅନ୍ୟ ବ୍ୟବସାୟୀମାନେ ଆତଙ୍କିତ ହୋଇ ପଡିଥିଲେ । ଖବର ପାଇଁ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକି ଆୟତ କରିବାକୁ ଚେଷ୍ଟାକରିଥିଲେ । ବେସ ଚତୁରତାର ସହିତ ନିଆଁକୁ ଭୃକ୍ଷେପ ନକରି ପଟ୍ଟାମୁଣ୍ଡାଇ ଅଗ୍ନିଶମ ବିଭାଗର ଅଧିକାରୀ ଗୋପବନ୍ଧୁ ସାହୁ ହୋଟେଲ ରୋଷେଇ ଶାଳା ମଧ୍ୟରେ ଜଳୁଥିବା ସିଲିଣ୍ଡର ଉଠାଇ ନିକଟସ୍ଥ କଚେରୀ ପୋଖରୀକୁ ଫିଙ୍ଗି ଦେଇଥିଲେ । ଯଦ୍ୱାରା ଘଟିବାକୁ ଯାଉଥିବା ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଥିଲା । ଏହି ଅଗ୍ନିକାଣ୍ଡ ପାଇଁ ପଟ୍ଟାମୁଣ୍ଡାଇ ସହରର ବିଦୁ୍ୟତ ସରବରାହ କିଛି ସମୟ ଧରି ବନ୍ଦ କରି ଦିଆଯାଇଥିଲା । ଏହି ଅଗ୍ନିକାଣ୍ଡରେ ୫ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ମୂଲ୍ୟର ସଂପତି କ୍ଷତି ଘଟିଥିବା ପ୍ରାଥମିକ ଅଟ୍ଟକଳରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here