ପଟ୍ଟାମୁଣ୍ଡାଇ : ସଂପ୍ରତି ମହାମାରୀ କରୋନା ମୁକାବିଲା କରି ଜୀବନ ଓ ଜୀବିକାକୁ ସୁରକ୍ଷିତ କରିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି । ପ୍ରବାସୀମାନଙ୍କ ଯୋଗୁଁ କରୋନା ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ କରୋନା ମୁକାବିଲା କରି ଲୋକମାନଙ୍କୁ ସୁରକ୍ଷିତ ରଖିବା ସହିତ ପ୍ରବାସୀ ଓ ଗରିବ, ଶ୍ରମିକ ଓ ମୂଲିଆ ଶ୍ରେଣୀର ଲୋକମାନଙ୍କୁ କାମଧନ୍ଦା ଯୋଗାଇ ଜୀବିକା ଅର୍ଜ୍ଜନର ସୁବିଧା ଯୋଗାଇ ସରକାରଙ୍କ ଲକ୍ଷ୍ୟ ରହିଛି । ପଟ୍ଟାମୁଣ୍ଡାଇ ବ୍ଲକରେ କରୋନା ମୁକାବିଲାର ସ୍ଥିତି ଓ ବିକାଶ ପ୍ରକ୍ରିୟାରେ ସାମିଲ ପ୍ରକଳ୍ପ ଗୁଡିକର ଅଗ୍ରଗତି ସଂପର୍କରେ ଆଜି ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସମୀକ୍ଷା କରିଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ ।

ପଟ୍ଟାମୁଣ୍ଡାଇ ବ୍ଲକରେ କରୋନା ମୁକାବିଲା କ୍ଷେତ୍ରରେ ସରକାରୀ ନିଦେ୍ର୍ଦଶନାମାକୁ କଡାକଡି ଭାବେ ପାଳନ କରି କରୋନା ଯୁ୍ଦ୍ଧରେ ବିଜୟ ହାସଲ କରିବାକୁ ଯୁଦ୍ଧରେ ସାମିଲ ସମସ୍ତ ପ୍ରଶାସନିକ ଯୋଦ୍ଧାମାନଙ୍କୁ ଆହ୍ୱାନ ଦେଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ରାସ୍ତା, ପୋଲ ରକ୍ଷଣାବେକ୍ଷଣ ପାଣ୍ଠି, ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠି, ସ୍ୱତନ୍ତ୍ର ପ୍ରୋଗ୍ରେସ ପାଣ୍ଠି, ଗୋପବନ୍ଧୁ ଗ୍ରାମୀଣ ଯୋଜନା, ପିଏମଏଜଜେ, ଆମ ଗାଁ, ଆମ ବିକାଶ, ଜିଲ୍ଲା ପରିଷଦ ପାଣ୍ଠି, ୪ର୍ଥ ଅର୍ଥ କମିଶନ ପାଣ୍ଠି, କ୍ରିଟିକାଲ ଗ୍ୟାପ ଫଣ୍ଡ, ସମ୍ବନ୍ୱିତ ଶିଶୁ ବିକାଶ ଯୋଜନା ଆଦି ବିଭିନ୍ନ ବିକାଶ ମୂଳକ ଯୋଜନାରେ ସରକାର ମଞୁର କରିଥିବା ଅନୁଦାନର ବିନିଯୋଗ ଉପରେ ସମୀକ୍ଷା କରିଥିଲେ ।

ଏଥି ସହିତ ବିନିଯୋଗ ନହୋଇ ବିଭିନ୍ନ ପ୍ରକଳ୍ପରେ ପଡିରହିଥିବା ସରକାରୀ ଅନୁଦାନ ଅର୍ଥକୁ ଠିକଣା ସମୟରେ ସଦବିନିଯୋଗ କରି ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ବିଶେଷ କରି ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ୨୦୧୬-୧୭ ଆର୍ଥôକ ବର୍ଷରେ ୩ କୋଟି ୩୦ଲକ୍ଷ ୫ ହଜାର ଟଙ୍କା ମଞୁର ହୋଇଥିବାବେଳେ ୩କୋଟି ୪ ଲକ୍ଷ ୬୭ ହଜାର ୫୯୦ ଟଙ୍କା ଖର୍ଚ୍ଚ ହୋଇ ୨୫ ଲକ୍ଷ ୩୭ ହଜାର ୪୧୦ ଟଙ୍କା ବଳକା ରହିଛି । ୨୦୧୭-୧୯ ଆର୍ଥିକ ବର୍ଷରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ୯୭,୬୩,୨୦୦/- ଟଙ୍କା ଅନୁଦାନ ମଞୁର ହୋଇ ସମସ୍ତ ଅର୍ଥ ଖର୍ଚ୍ଚ କରାଯାଇଛି ।

୨୦୧୮-୧୯ ଆର୍ଥିକବର୍ଷରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ୫କୋଟି ୬୨ଲକ୍ଷ ୭୨ହଜାର ଟଙ୍କା ସରକାରୀ ଅନୁଦାନ ମଞୁର ହୋଇ ୧ କୋଟି ୩୮ଲକ୍ଷ ୧୪ ହଜାର ୯୦୦ ଟଙ୍କା ଖର୍ଚ୍ଚ ହୋଇ ୨୪ଲକ୍ଷ ୫୭ ହଜାର ୧୦୦ ଟଙ୍କା ବଳକା ରହିଛି । ଏହାଛଡା ୨୦୧୮-୨୦୨୦ ଆର୍ଥôକ ବର୍ଷରେ ଏଜିଏବି ଯୋଜନାରେ ୪କୋଟି ୨୫ଲକ୍ଷ ୩୬ ହଜାର ଟଙ୍କା ସରକାରୀ ଅନୁଦାନ ମଞୁର ହୋଇ ୪କୋଟି ୧୧ ଲକ୍ଷ ୮୦ ହଜାର ୯୨ ଟଙ୍କା ଖର୍ଚ୍ଚ ହୋଇ ୧୩ ଲକ୍ଷ ୫୫ ହଜାର ୯୦୮ ଟଙ୍କା ବଳକା ରହିଛି । ସେହିପରି ପଠନି ମୁକାବିଲା ପାଇଁ ୨୦୧୯-୨୦ ଆର୍ଥôକ ବର୍ଷରେ ୯୦ଲକ୍ଷ ୭୫ ହଜାର ୨୦୦ ଟଙ୍କା ସରକାରୀ ଅନୁଦାନ ମଞୁର ହୋଇଥିବାବେଳେ ୭୭ଲକ୍ଷ ୭ ହଜାର ୭୮୦ ଟଙ୍କା ଖର୍ଚ୍ଚ ହୋଇ ୧୩ ଲକ୍ଷ ୬୭ ହଜାର ୪୨୦ ଟଙ୍କା ବଳକା ରହିଥିବା ରାଜନଗର ବିଧାୟକଙ୍କ ସମୀକ୍ଷାବେଳେ ଜଣାପଡିଛି ।

କରୋନାର ସଫଳ ମୁକାବିଲା, ପ୍ରବାସୀ ଗରିବ ଓ ଶ୍ରମିକମାନଙ୍କୁ ବିଭିନ୍ନ ଯୋଜନାରେ କାମଧନ୍ଦା ଯୋଜନା ଜୀବନଜୀବିକାକୁ ସୁରକ୍ଷିତ କରିବା ପାଇଁ ବିଧାୟକ ବ୍ଲକ ପ୍ରଶାସନକୁ ପରାର୍ମଶ ଦେବା ସହିତ ବିଭିନ୍ନ ପ୍ରକଳ୍ପ ବାବଦରେ ଆସିଥିବା ସରକାରୀ ଅନୁଦାନର ସଦବିନିଯୋଗ କରି ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ବେହେରା, ବିଡିଓ ଭରତ ଚନ୍ଦ୍ର ପରିଡା, ବ୍ଲକ ସହନିର୍ବାହୀଯନ୍ତ୍ରୀ ଇଂ. ସୁରେଶ ବେହେରା, ସହସହକାରୀଯନ୍ତ୍ରୀ ଇଂ. ପ୍ରସନ୍ନ ରାଉତ, ଇଂ. ଶ୍ରବଣ ବିଶ୍ୱାଳ, ଇଂ. ସଞୟ ପାତ୍ର, ଇଂ. ସଂଘମିତ୍ରା ଦାସ, ଇଂ. ବିକେ ବ୍ରହ୍ମା, ଇଂ, ବିଶ୍ୱଜିତ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here