ଇଫ୍କୋରୁ ଜିପସମ୍ ପରିବହନ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଚାରି ଦିନ ହେଲା ଜିପସମ୍ ନେବା ପାଇଁ ଆସିଥିବା ନିରାକାର କନଷ୍ଟ୍ରକସନ୍ର ପାଂଚଟି ଟ୍ରେଲରକୁ ଜେସିସିର ସଦସ୍ୟମାନେ ଅଟକ ରଖିବା ସହ ଇଫକୋ ସାମ୍ନାରେ ଧାରଣାରେ ବସି ରହିଛନ୍ତି । ଆଜି ଉଭୟ ପକ୍ଷକୁ ଅତିରିକ୍ତ ଜିଲ୍ଲାପାଳ ଡ.କାହ୍ନୁ ଚରଣ ଧୀର ଡକାଇ ଏହାର ସମାଧାନ କରିବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ଏହା ଫେଲ୍ ମାରିଛି । ଫଳରେ ଜେସିସି ସଦସ୍ୟମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ଇଫ୍କୋର କାରବାର ଏକ ପ୍ରକାର ଠପ୍ ହୋଇଯାଇଛି ।

ଏଣୁ ଜେସିସି ବିରୋଧରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା କରାଯାଉଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଗତକାଲି ଜିଲ୍ଲା ପ୍ରଶାସନକୁ ଏକ ଚିଠି ଲେଖି ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ଜେସିସି ଦାବି କରିଥିଲା । ଜେସିସିର ଅଭିଯୋଗ ମୁତାବକ, ପରିବହନ ବେପାର ସହ ୮୫୦୦ ଭାରୀଯାନ ସଂପୃକ୍ତ ରହିଛି । କରୋନା ସମୟରେ ବେପାର ମାନ୍ଦା ରହୁଥିବାରୁ ଟ୍ରକ୍ ମାଲିକମାନେ ନାହିଁ ନଥିବା କ୍ଷତି ସହୁଛନ୍ତି । ଏଣୁ ଜିପସମ୍ ପରିବହନ ପାଇଁ ଅନୁମତି ପ୍ରଦାନ କରିବାକୁ ଜେସିସର ସଦସ୍ୟମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here