ପାଣିକୋଇଲି,୧୧ା୯: ଯାଜପୁର ରୋଡ଼ ସବଡ଼ିଭିଜନ ଅଧିନସ୍ଥ ପାଣିକୋଇଲି ବିଦୁ୍ୟତ ସେକ୍ସନର ଦାୟିତ୍ୱ୍ରହୀନତା ଓ କରୋନା ସହିତ ବନ୍ୟାରେ କ୍ଷତିଗ୍ରସ୍ଥ ହୋଇଥିବା ବଡ଼ବିରୁହାଁ ପଂଚାୟତ ଅଧିନସ୍ଥ ସୋଲପଟା ଗ୍ରାମର ଉପଭୋକ୍ତା ଗୁରୁବାର ଦିନ ପାଣିକୋଇଲି ବିଦୁ୍ୟତ ସେକ୍ସନକୁ ଘେରାଉ କରିଥିଲେ । ସେମାନଙ୍କର ଦାବି ମୁତାବକ କରୋନା ମହାମାରୀ ଯୋଗୁ ଜୀବିକା ହରାଇଥିବା ସହିତ ଚଳିତ ଖରସ୍ରୋତା ବନ୍ୟାରେ ତାଙ୍କର ଫସଲ ସମ୍ପୁର୍ଣ କ୍ଷତିଗ୍ରସ୍ତ ହୋଇଅଛି । ତା ଛଡ଼ା ବିଦୁ୍ୟତ କାର୍ଯ୍ୟାଳୟ ପକ୍ଷରୁ ପ୍ରତିମାସରେ ତାଙ୍କୁ ବିଲ ଦିଆଯାଉନାହିିଁ କିମ୍ବା ବିଦୁ୍ୟତ ବିଲ ଆଦାୟ କରିବା ଲାଗି କୈାଣସି କର୍ମଚାରୀ ଉକ୍ତ ଗ୍ରାମକୁ ଯାଉନାହାନ୍ତି ।

ଫଳରେ ଗ୍ରାମବାସୀଙ୍କ ଉପରେ ବିଦୁ୍ୟତ ବିଲ ବାକି ରହିଛି । ଏହା ଉପରେ ବିଭାଗ ତରଫରୁ କୈାଣସି ପୂର୍ବ ସୂଚନା ପ୍ରଦାନ କରାନଯାଇ କିମ୍ବା କୈାଣସି ଅଧିକାରୀ ତାଙ୍କର ସମସ୍ୟା ଉପରେ ଦୃଷ୍ଟି ନିକ୍ଷେପ ନକରି ତରବରିଆ ଭାବେ ସମ୍ପୁର୍ଣ ଗ୍ରାମକୁ ବିଦୁ୍ୟତ ସଂଯୋଗ ବିଚ୍ଛିନ୍ନ କରିଥିଲେ । ଉପଭୋକ୍ତା ମାନେ ଚାଷ ଲାଗି ପୁନର୍ବାର ଅଂଟା ଭିଡ଼ୁଥିବା ବେଳେ ବିଦୁ୍ୟତ ସଂଯୋଗ ବିଚ୍ଛିନ୍ନ ଯୋଗୁଁ ବୋରିଂ ଗୁଡ଼ିକ ବନ୍ଦ ହୋଇଯାଇଥିଲା । ଏହା ସହିତ ପିଲାମାନଙ୍କ ପାଠପଡା ଓ ଗ୍ରାମରେ କରୋନା ପିଡ଼ିତ ହୋମ କ୍ୱାରେଟାଂଇନରେ ରହୁଥିବା ବ୍ୟକ୍ତି ମାନେ ବିଦୁ୍ୟତ କାଟ ଯୋଗୁଁ ନାନା ଅସୁବିଧାର ସମ୍ମୁଖିନ ହୋଇଥିଲା ।

ଏ ଦିଗରେ ସେମାନେ ବିଭାଗର ଅଧିକାରୀ ଓ ଅଂଚଳର ଲାଇନମ୍ୟାନଙ୍କୁ ବାରମ୍ବାର ଫୋନ କଲେ ମଧ୍ୟ ସେମାନଙ୍କ ଠାରୁ କୈାଣସି ଉତର ନମିଳିବାରୁ ସେମାନେ ଉତକ୍ଷିପ୍ତ ହୋଇ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏହା ବ୍ୟତୀତ ବିଦୁ୍ୟତ ବିଭାଗ ତରଫରୁ ଲାଇନମ୍ୟାନଙ୍କ ସମେତ ବିଲ ଆଦାୟ ଓ ମିଟର ଲଗାଇବା ଲାଗି ଯାଉଥିବା ବ୍ୟକ୍ତି ମାନେ ତାଙ୍କୁ ଉକ୍ରୋଚ ମାଗୁଥିବାର ଅଭିଯୋଗ ହୋଇଥିଲା । ଏ ଦିଗରେ ବିଭାଗ ତରଫରୁ ଉକ୍ରୋଚ ମାଗିବା ନେଇ କୈାଣସି ସ୍ପଷ୍ଟିକରଣ ଦିଆଯାଇନଥିବା ବେଳେ ସେମାନଙ୍କର ୭/୮ ମାସର ବିଦୁ୍ୟତ ବିଲ ବାକିଥିବା ଯୋଗୁଁ ଉପରିସ୍ଥ ଅଧିକାରୀଙ୍କ ନିଦେ୍ର୍ଦଶ ମୁତାବକ ବିଦୁ୍ୟତ ସଂଯୋଗ ବିଚ୍ଛିନ୍ନ କରାଯାଇଛି ବୋଲି ପାଲଟା ଅଭିଯୋଗ କରିଥିଲେ ।

ସେମାନେ ବିଦୁ୍ୟତ କାର୍ଯ୍ୟାଳୟ ଘେରାଉ କରିଥିଲେ ମଧ୍ୟ ବିଭାଗର କୌଣସି ଅଧିକାରୀ ସେମାନଙ୍କର ସମସ୍ୟା ସମାଧାନ କରିବା ଲାଗି ପହଂଚି ନଥିଲେ । ତେବେ କରୋନା ମହାମାରୀ ଯୋଗୁଁ ଦୀର୍ଘ ଛଅ ମାସ ହେଲା ରୋଜଗାର ହରାଇ ଘରେ ବସିରହିଥିବା ବେଳେ ବନ୍ୟା ସେମାନଙ୍କର ମେରୁଦଣ୍ଡକୁ ଦୋହଲାଇ ଦେଇଛି ।

ଏପରି ପରିସ୍ଥିତିରେ ବିଦ୍ୟୁତ ବିଭାଗ ପରିସ୍ଥିତିର ସାମନା କରିବା ଲାଗି ଉପଭୋକ୍ତାଙ୍କୁ ସହଯୋଗ କରିବା ପରିବର୍ତେ ସେମାନଙ୍କ ଉପରେ ଜୁଲମ କରିବା ବିଭାଗର ହିଟଲରୀ ଶାସନର ପରିଚୟ ଦେଉଛି । ତେଣୁ ଏ ଦିଗରେ ସରକାର ପଦକ୍ଷେପ ସ୍ୱରୁପ ବିଦୁ୍ୟତ ବିଲ ସମ୍ପୁର୍ଣ ଛାଡ଼ କରିବା କିମ୍ବା ପରିଶୋଧ ଲାଗି ସମୟ ଦେବା ସହିତ ଲୋଭୋଲଟେଜ ଓ ଉକ୍ରୋଚ ସମସ୍ୟା ପ୍ରତି ଗୁରୁତ୍ୱାରୋପ ନକଲେ ଆଗାମୀ ଦିନରେ ଆଇନକୁ ହାତକୁ ନେବୁ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here