ପାଣିକୋଇଲି, ୪ା୯: କୋରାଇ ବ୍ଲକ ଅନ୍ତର୍ଗତ ମୂଳାପାଳ ପଂଚାୟତର ପ୍ରାକ୍ତନ ସରପଂଚ ଗୋପବନ୍ଧୁ ମାଝୀଙ୍କ ପରଲୋକ ହୋଇଛି । ୨୦୧୨ରୁ ୨୦୧୭ ମସିହା ପର୍ଯ୍ୟନ୍ତ ସେ ମୂଳାପାଳ ପଂଚାୟତର ସରପଂଚ ଥିଲେ । ମୃତୁ୍ୟ ବେଳକୁ ତାଙ୍କୁ ବୟସ ହୋଇଥିଲା । କିଛି ଦିନ ହେବ ସେ ଶରୀରିକ ଅସୁସ୍ଥାରେ ଚିକିସôିତ ହେଉଥିଲେ । ଆଜି ଭୋର ସାଢେ ୪ଟା ବେଳେ ସେ ଇହଲୀଳା ସମ୍ବରଣ କରିଥିଲେ । ସକାଳୁ ତାଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛୟା ଖେଳିଯାଇଥିଲା ।

ବନ୍ଦୁପରିଜନ, ଆତ୍ମୀୟ ସ୍ୱଜନ ଓ ପରିବାର ବର୍ଗ ମମରଶରୀର ନିକଟରେ ଉପସ୍ଥିତ ଥିଲେ । ବହୁ ବୁଦ୍ଧିଜିବୀ, ଶିକ୍ଷାବିତ୍ ରାଜନେତା, ସାମ୍ବାଦିକ ତାଙ୍କ ଘରେ ପହଂଚି ଶେଷ ଦର୍ଶନ କରିବା ସହ ଶୋକାକୂଳ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଥିଲେ । ପୂର୍ବତନ ସରପଂଚ ନିରଂଜନ ନାୟକ, ସରପଂଚ ପ୍ରତିନିଧି ସଂଜୀବ ନାୟକ, ଲିଙ୍ଗେଶ୍ୱର ଉନ୍ନୟନ କମିଟି ପ୍ରମୁଖ ଶବଧାରରେ ସାମିଲ ହୋଇଥିଲେ । ତାଙ୍କ ମରଶରୀକୁ ଶୋକାକୂଳ ପରିବେଶରେ ଏକ ଶୋଭାଯାତ୍ରା ନିଆଯାଇ ଲିଙ୍ଗେଶ୍ୱର ଶଶ୍ମାନ ଘାଟ ଶେଷକୃତ ସମ୍ପନ୍ନ କରାଯାଇଥିଲା । ଏକ ମାତ୍ର ପୁତ୍ର ଗୋଲକ ଚନ୍ଦ୍ର ମାଝୀ ମୁଖାଗ୍ନୀ ଦେଇଥିଲେ

LEAVE A REPLY

Please enter your comment!
Please enter your name here