ପାଣିକୋଇଲି  : କରୋନା କଟକଣା ଓ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକୁ ଅମାନ୍ୟ କରି କୋରାଇ ବ୍ଲକ୍ କାର୍ଯ୍ୟାଳୟରେ ହୋଇଛି ଶାସକ ଦଳର ଦଳୀୟ ବୈଠକ । ତାହା ପୁଣି ବ୍ଲକ୍ ବିଜେଡି ସଭାପତିଙ୍କ ନେତୃତ୍ୱରେ । ଏନେଇ ନାଁ କୋରାଇ ବିଡିଓଙ୍କ ଅନୁମତି ନିଆଯାଇଛି ନାଁ ବ୍ଲକ୍ ଅଧ୍ୟକ୍ଷାଙ୍କର । ଶାସକ ଦଳର ମନ୍ମାନୀ ଆଗରେ ହାର ମାନିଛି ଜିଲ୍ଲା ପ୍ରଶାସନର ସମସ୍ତ ନିୟମ । ଯାହାର ତଦନ୍ତ କରାଯିବ ବୋଲି କହିଛନ୍ତି କୋରାଇ ବିଡିଓ ସ୍ୱାତୀ ସ୍ନିଗ୍ଧା । ଘଟଣା ମୁତାବକ କୋରାଇ ବିଜେଡି ବ୍ଲକ୍ ସଭାପତି ଭକ୍ତ ବସôଳ ସ୍ୱାଇଁଙ୍କ ନେତୃତ୍ୱରେ ଆଜି ବ୍ଲକ୍ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ ବ୍ଲକ୍ର ସମସ୍ତ ପଂଚାୟତର ଜନପ୍ରତିନିଧି, ତୁଙ୍ଗନେତା ଓ କର୍ମୀ । ଶହେରୁ ଉର୍ଦ୍ଧ କର୍ମୀ ବ୍ଲକ୍ ଉପାଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଏକାଠି ହୋଇ ସାଙ୍ଗଠନିକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।

ନା ଥିଲା ସମାଜିକ ଦୂରଥା ନା  କେହିପିନ୍ଦିଥବଲେ ମାସ୍କ ।ଏହା ସହିତ କୋରାଇ ବିଧାୟକଙ୍କ ପ୍ରତିନିଧି ଭାବେ ନବନିଯୁକ୍ତ ହୋଇଥିବା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀ ତାରକେଶ୍ୱର ମହାନ୍ତି ଏବଂ ସାଂସଦଙ୍କ ପ୍ରତିନିଧି ଭାବେ ବ୍ଲକ୍ ସଭାପତି ଭାବେ ଭକ୍ତବସôଳ ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା ଦିଆଯିବାର ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଗତକାଲି ଜିଲ୍ଲାରେ ଯାଜପୁର ତହସିଲଦାରଙ୍କ ସମେତ ୪୧ ଜଣ କରୋନା ପଜେଟିଭ ବାହାରିବା ପରେ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ଯିବା ଉପରେ ଜିଲ୍ଲାପାଳ କଟକଣା ଜାରି କରିଛନ୍ତି । ହେଲେ ଏହାକୁ ଅଣଦେଖା କରି ଶାସକ ଦଳ ସରକାରୀ କାର୍ଯ୍ୟାଳୟରେ ଦଳୀୟ ବୈଠକରେ କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଗୋଟିଏ ପଟେ ରାଜ୍ୟ ସରକାର ଘୋଷଣା କରିଥିବା କରୋନା କଟକଣାକୁ ମାନିବାକୁ ଖୋଦ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଦିନ ଲୋକଙ୍କୁ ନିବେଦନ କରୁଥିବା ବେଳେ କୋରାଇ ବ୍ଲକ୍ରେ ଶାସକ ଦଳର ଏଭଳି କାର୍ଯ୍ୟକୁ ବିରୋଧି ଦଳ ଏବଂ ସାଧାରଣରେ ନିନ୍ଦା କରାଯାଇଛି । ତେବେ ଘଟଣା ସର୍ମ୍ପକରେ କୋରେଇ ବିଡିଓ ଶ୍ରୀମତୀ ସ୍ନିଗ୍ଧାଙ୍କୁ ପଚାରିବାରୁ ଏନେଇ କୌଣସି ପୂର୍ବସୂଚନା ତାଙ୍କୁ ଦିଆଯାଇନଥିବା ବେଳେ ସେ ଏହାର ତଦାରଖ କରିବେ ବୋଲି କହିଛନ୍ତି । ଜିଲ୍ଲାପାଳଙ୍କ ବୈଠକ ଥିବାରୁ ସେ ଆଜି କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ । ହେଲେ ଶାସକ ଦଳର ବୈଠକ ହେଉଥିବାର ଖବର ପରେ ପାଇଥିଲେ । ବ୍ଲକ୍ ଅଧ୍ୟକ୍ଷା କିମ୍ବା ତାଙ୍କୁ ବୈଠକ ବିଷୟରେ କୌଣସି ସୁଚନା ଦିଆଯାଇନଥିବା ଶ୍ରୀମତୀ ସ୍ନିଗ୍ଧା କହିଛନ୍ତି । ତେବେ କାହା ନିଦେ୍ର୍ଦର୍ଶରେ ଏବଂ ଅନୁମତିରେ ବ୍ଲକ୍ କାର୍ଯ୍ୟାଳୟରେ ଏଭଳି ବୈଠକର ଆୟୋଜନ କରାଯାଇଥିବା ତାହାର ତଦନ୍ତ କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ଶ୍ରୀମତୀ ସ୍ନିଗ୍ଧା କହିଛନ୍ତି ।

LEAVE A REPLY

Please enter your comment!
Please enter your name here