ପାଣିକୋଇଲି: ବ୍ୟାସନଗର ତହସିଲ ଅନ୍ତର୍ଗତ ପାଣିକୋଇଲି ରାଜସ୍ୱ ସର୍କଲ ଅଧିନସ୍ଥ ଗୋଳେଇପୁର ପଂଚାୟତର ମସୁଦପୁର ମୌଜାର ଗ୍ରାମ ଜଙ୍ଗଲ, ଅନାବାଦି ଜମିକୁ ଜବରଦଖଲ କରାଯାଇ ଚାଷ କରିବା ଓ ଜେସିବି ସାହାଯ୍ୟରେ ମାଟି ଉଠାଯାଇ ନିଜ ଜମି ପୋତିବା ଅଭିଯୋଗ ହୋଇଛି । ଏଥି ସହିତ ସରକାରୀ ଅର୍ଥରେ ନିଜ ଜମିରେ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଥିବାର ଅଭିଯୋଗ ହୋଇଛି ।

ମସୁଦପୁର ଗ୍ରାମର ପିନାକ ରଂଜନ ଦାସ ଖାତା ନମ୍ବର ୨୮୯ର ପ୍ଲଯ ନମ୍ବର ୪୦୫ରୁ ମାଟି ଖୋଳିବା ଓ ତାଙ୍କ ନିଜ ଜମିର ପ୍ଲଟ ନମ୍ବର ୪୨୫, ୪୨୬ରେ କଲ୍ୟାଣ ମଣ୍ଡପ କରାଯାଇଥିଲେ ମଧ୍ୟ ଉକ୍ତ ଜମିକୁ ସରକାରଙ୍କୁ ହସ୍ତାନ୍ତର କରୁନାହାନ୍ତି । ଗୋଲକ ବିହାରୀ ମହାନ୍ତି, ଆଦ୍ୟ ପଟ୍ଟନାୟକ, ସପନ କୁମାର ଦାସ, ପ୍ରଭାସ ମହାନ୍ତି ପ୍ରମୁଖ ଉକ୍ତ ଅଭିଯୋଗ ଆଣି ବ୍ୟାସନଗର ତହସିଲଦାରଙ୍କ ନିକଟରେ ଲିଖିତ ଭାବେ ଜଣାଇଛନ୍ତି ।

ଅଭିଯୋଗ ପରେ ତହସିଲଦାର ପାଣିକାଇଲି ରାଜସ୍ୱ ନିରୀକ୍ଷକ ସୁଧି ରଂଜନ ମଲ୍ଲିକଙ୍କୁ ଏହାର ତଦନ୍ତ ନିଦେ୍ର୍ଦଶ ଦେଇଥିବା ବେଳେ ଶ୍ରୀ ମଲ୍ଲିକ ଆଜି ତଦନ୍ତ ଆରମ୍ଭ କରିଛନ୍ତି । ଆସନ୍ତା କାଳି ତଦନ୍ତ ରିପୋଟଁ ତହସିଲଦାରଙ୍କ ନିକଟରେ ଦାଖଲ କରିବେ ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here