ଭୁବନେଶ୍ୱର : ଓଡିଶାରେ ପଂଚାୟତ ବ୍ୟବସ୍ଥା ଏବଂ ପଂଚାୟତ ପ୍ରତିନିଧି ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କର ସମ୍ମାନ ଥିବା ପରି ମନେହୁଏନା । ପଂଚାୟତ ବ୍ୟବସ୍ଥା ସୁଦୃଢ଼ ହେଲେ ଯାଇ ଗ୍ରାମାଂଚଳରେ ବିକାଶ ପ୍ରଖର ହୋଇପାରିବ । ମାତ୍ର ଏହାକୁ ସୁଦୃଢ କରିବା ପରିବର୍ତେ ବର୍ତମାନର ସରକାର ତାକୁ ଦୁର୍ବଳ ଏବଂ ଶକ୍ତିହୀନ କରିବାର ଚକ୍ରାନ୍ତ କରିଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଲା “ଆମ ଗାଁ – ଆମ ବିକାଶ” ଯୋଜନା । ଏହି ଯୋଜନାରେ ପଂଚାୟତ ପ୍ରତିନିଧିମାନଙ୍କର ଭୂମିକାକୁ ଅବମାନନା କରାଯାଇଛି । ଗ୍ରାମସଭା, ପଲ୍ଲୀସଭାର ଗୁରୁତ୍ୱକୁ ଅବମାନନା କରି ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା ଅର୍ନ୍ତଗତ ବିଭିନ୍ନ ପ୍ରକଳ୍ପଗୁଡିକୁ ମଧ୍ୟ ପଂଚାୟତ ଜରିଆରେ କାର୍ଯ୍ୟକାରୀ ନକରି ବିଭିନ୍ନ ବିଭାଗ ଦ୍ୱାରା ଏବଂ ବିଜେଡିର କର୍ମୀମାନଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି । ଗ୍ରାମାଂଚଳ ବିକାଶ ସଂକ୍ରାନ୍ତରେ ଅନ୍ୟାନ୍ୟ ଯୋଜନାଗୁଡିକ
କାର୍ଯ୍ୟକାରିତାରେ ମଧ୍ୟ ଅନେକ ବିଲକ୍ଷଣ ବିଜେଡି ସରକାର ଅମଳରେ ଦେଖା ଦେଇଛି । ଦେଶରେ ପଂଚାୟତ ବ୍ୟବସ୍ଥାକୁ ସୁଦୃଢ ଏବଂ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ କଂଗ୍ରେସ ବୈପ୍ଳବିକ ପଦକ୍ଷେପ ନେଇଥିଲା । କଂଗ୍ରେସ ସରକାର କେନ୍ଦ୍ରରେ ୭୩ ତମ ସମ୍ବିଧାନ ସଂଶୋଧନ ଜରିଆରେ ପଂଚାୟତ ବ୍ୟବସ୍ଥାର ସଂସ୍କାର ଆଣିବା ସହିତ ଏହାକୁ ସୁଦୃଢ କରିବାର ପଦକ୍ଷେପ ନେଇଥିଲା । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ରାଜ୍ୟ
ସରକାରଙ୍କ କାର୍ଯ୍ୟକଳାପ ଏହାର ପରିପନ୍ଥୀ ପାଲଟିଛି । ଏହାର ପ୍ରତିବାଦରେ ଏବଂ ପଂଚାୟତ ବ୍ୟବସ୍ଥାକୁ ସୁଦୃଢ କରିବାର ଉଦ୍ଦେଶ୍ୟ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ଡିସେମ୍ବର ୬ ତାରିଖ ପୂର୍ବାହ୍ନ ଘ ୧୦.୩୦ ମିନିଟ୍ ସମୟରେ ଓଡିଶା ପଂଚାୟତ ପ୍ରତିନିଧି
ସମ୍ମିଳନୀ ଆହୁତ କରିଛି । ଏହା କଂଗ୍ରେସ ଭବନ ପରିସରରେ ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ କଂଗ୍ରେସ ଦଳର ବା କଂଗ୍ରେସ ସମର୍ଥିତ ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ପଂଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷମାନଙ୍କୁ ଆମନ୍ତ୍ରଣ କରାଯାଇଛି । ଏହାକୁ ସଫଳ କରିବା ପାଇଁ ପିସିସି ତରଫରୁ ନିବେଦନ କରାଯାଇଛି ।

Loading...

LEAVE A REPLY

Please enter your comment!
Please enter your name here