ପାକିସ୍ତାନ : ପାକିସ୍ତାନର ଦକ୍ଷିଣ-ପୂର୍ବବର୍ତ୍ତୀ ଥାରପାରକର ଜିଲ୍ଲାର ମିଠୀ ସହରରେ ବହୁ ସଂଖ୍ୟକ ହିନ୍ଦୁ ବାସ କରନ୍ତି । ଲାହୋରଠୁ ପ୍ରାୟ ୮୭୫ କିଲୋମିଟର ତଥା ଅହମଦାବାଦଠାରୁ ପ୍ରାୟ ୩୪୦ କିଲୋମିଟର ଦୂରରେ ଅବସ୍ଥିତ ମିଠୀର ଜନସଂଖ୍ୟା ୯୦ ହଜାର । ଏଥିରୁ ୮୦ ପ୍ରତିଶତ ହିନ୍ଦୁ । ଏଠାରେ ହିନ୍ଦୁମାନେ ମୁସଲମାନଙ୍କ ସହ ମିଶି ମହରମ୍‌ ଓ ରୋଜା ପାଳନ କରନ୍ତି । ହିନ୍ଦୁମାନଙ୍କୁ ସମ୍ମାନ ଜଣାଇ ସେଠିକାର ମୁସଲମାନମାନେ ଗୋ ହତ୍ୟା କରନ୍ତି ନାହିଁ କି ଘୁଷୁରିମାଂସ ଖାଆନ୍ତି ନାହିଁ । ଏଠାରେ ଥିବା ଶ୍ରୀକୃଷ୍ଣା ମନ୍ଦିରରେ ହିନ୍ଦୁମାନେ ହିନ୍ଦୁ ରୀତିନୀତି ଅନୁଯାୟୀ ପ୍ରତ୍ୟହ ପୂଜାର୍ଚ୍ଚନା କରନ୍ତି ।

LEAVE A REPLY

Please enter your comment!
Please enter your name here