ନୂଆଦିଲ୍ଲୀ : କିଛି ଲୋକ ଅଛନ୍ତି ଯେଉଁ ମାନଙ୍କ ମାନସିକ ସନ୍ତୁଳନ କ୍ୟରିଅର ପାଇଁ କିମ୍ବା ପଇସା ପାଇଁ ବଦଳେଇ ଦେଇଥାନ୍ତି l ସେହିପରି ଜଣେ ପାଦ୍ରୀ ନିଜର କ୍ୟାରିଅର ପାଇଁ ଏପରି ବଦଳିଲେ ଯେ ଯାହାଙ୍କୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ l ଆମେରିକାର ଉତର କେରୋଲିନାରେ ରହୁଥିବା ଜଣେ ପୂର୍ବ ପାଦ୍ରୀ ଆଡଲ୍ଟ ଚଳଚିତ୍ରରେ ଅଭିନୟ କରିବା ପାଇଁ ଆଗେଇ ଆସିଛନ୍ତି l ଗତ ଦୁଇ ବର୍ଷ ମଧ୍ୟରେ ସେ ୪ଟି ଆଡଲ୍ଟ ଚଳଚିତ୍ରରେ କାମ କରିଛନ୍ତି l ଏହି ପାଦ୍ରୀ ଜଣଙ୍କର ନାଁ ହେଉଛି ନର୍ମ ସେଲ୍ଫ ,ତାଙ୍କର ବୟସ ୮୫ ବର୍ଷ l ସେ କହିଛନ୍ତି ଯେ କିଏ କଣ ମୋ ବିଷୟରେ ଭାବୁଛି କିମ୍ବା ଚର୍ଚ୍ଚର ଲୋକମାନେ କଣ ମୋ ବିଷୟରେ ଚିନ୍ତା କରୁଛନ୍ତି ତାହା ମତେ ଫରକ ପଡୁନି l ମୁଁ ଆଜି ମୋର ଏହି ଜୀବନରେ ଖୁସି ଅଛି l ଯାହା ମତେ ୪୦ ବର୍ଷ ବୟସରେ କରିବାର ଥିଲା ତାହା ମୁଁ କରି ପାରିନି l

ଏହି ପାଦ୍ରୀ ଜଣଙ୍କର ସମସ୍ତ କଥା ଆମେରିକାର ଗୋଟିଏ ଚ୍ୟାନେଲରେ ଡକୁମେଣ୍ଟାରୀ ଚଳଚିତ୍ର ଭାବରେ ଦେଖାଯିବା l ନର୍ମ କହିଛନ୍ତି ଯେ ତାଙ୍କୁ କେବେବି ଏହି ଚଳଚିତ୍ର ଗୁଡିକ ପାଇଁ କୌଣସି ପାରିଶ୍ରମିକ ଦିଆ ଯାଇନାହିଁ l ତାଙ୍କର ଗୋଟିଏ ବନ୍ଧୁ ତାଙ୍କୁ ଏହି ଚଳଚିତ୍ର ଗୁଡିକ କରିବା ପାଇଁ କହିଥିଲେ l ତାପରେ ସେ ଏହି ଚଳଚିତ୍ର କରିବା ପାଇଁ ଆଗେଇ ଆସିଥିଲେ l ନର୍ମ କହିଛନ୍ତି ଧୀରେଧୀରେ ଲୋକମାନେ ମତେ ଜାଣିବାକୁ ଲାଗିଲେ l ମତେ ବିଭିନ୍ନ ପ୍ରକାର ପାର୍ଟିକୁ ମଧ୍ୟ ଡକାଗଲା l ଏହି ପ୍ରକାର ଚଳଚିତ୍ର ଗୁଡିକ କରିବା ଦ୍ୱାରା ମୋ ଭିତରେ ଆତ୍ମବିଶ୍ୱାସ ବଢ଼ିଲା l ସେ କହିଛନ୍ତି ମତେ ଯଦି ଭଗବାନ ଆଉ ୧୦ ବର୍ଷ ବଞ୍ଚାଇ ରଖିବେ ତେବେ ମୁଁ ବହୁତ କିଛି କରିବି l

ନର୍ମ କହିଛନ୍ତି ମୋର ବିବାହ ୨୮ ବର୍ଷ ବୟସରେ କରାଯାଇଥିଲା ,ପରେ ମୁଁ ଜାଣିଲି ଯେ ମୁଁ ସମଲିଙ୍ଗୀ ଅଟେ l ବର୍ତ୍ତମାନ ତାଙ୍କଠାରୁ ତାଙ୍କ ପତ୍ନୀ ଅଲଗା ହୋଇସାରିଛନ୍ତି l ସେ ଗୋଟିଏ ପୁରୁଷ ଲୋକ ସହିତ ରହୁଛନ୍ତି l ସେ କହିଛନ୍ତି ଏହି ଚଳଚିତ୍ରକୁ କରିବା ପୂର୍ବରୁ ମୁଁ ଚର୍ଚ୍ଚ ଓ ତାର ସିଦ୍ଧାନ୍ତ ବିଷୟରେ ଭାବୁଥିଲି l କିନ୍ତୁ ବର୍ତ୍ତମାନ ସେ ବିଷୟରେ ଆଉ ଚିନ୍ତା କରୁନାହିଁ l ଦୁନିଆ ମୋ ବିଷୟରେ କଣ ଭାବୁଛି ସେଥିରେ ମୋର କିଛି ଫରକ ପଡୁନାହିଁ l

LEAVE A REPLY

Please enter your comment!
Please enter your name here