ନୂଆଦିଲ୍ଲୀ, ୧୯।୫ : ଶୁକ୍ରବାର ବିରୋଧୀ ଦଳମାନଙ୍କର ବୈଠକ ବସିବ । କୋଭିଡ-୧୯ ସ୍ଥିତିର ମୁକାବିଲାରେ ସରକାର ନେଇଥିବା ପଦକ୍ଷେପ ଓ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ । ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧି ଏଥିରେ ଅଧ୍ୟକ୍ଷତା କରିବେ । ବିଶେଷକରି କେନ୍ଦ୍ର ସରକାର ଘୋଷଣା କରିଥିବା ୨୦ ଲକ୍ଷ କୋଟିର ପ୍ୟାକେଜ ଉପରେ ଆଲୋଚନା କରାଯିବ । କୋଭିଡ- ୧୯ ଯୋଗୁ ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ସମ୍ପର୍କରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here